ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ଏହି ନିର୍ବାଚନ ପାଇଁ ବିଜେପି ସମେତ ବିଭିନ୍ନ ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ଏହି ନିର୍ବାଚନର ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି ଯେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ମଧ୍ୟ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି । ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ସୋନିଆ ଗାନ୍ଧି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁଯାୟୀ ବୁଧବାର ନାମାଙ୍କନ ପତ୍ର ଦାଖଲ ସମୟରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ସେ ରାଜସ୍ଥାନରୁ ମନୋନୟନ ପତ୍ର ଦାଖଲ କରିବେ ବୋଲି ସୂଚନା ହସ୍ତଗତ ହୋଇଛି । ସେ ଜୟପୁର ଯାଇ ମନୋନୟନ ପତ୍ର ଦାଖଲ କରିବେ ।