କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ନିମନ୍ତେ ୧ ଲକ୍ଷ କୋଟିର ପ୍ୟାକେଜ ଦାବି କରି ମୋଦୀଙ୍କୁ ପତ୍ର ଲେଖିଲେ ସୋନିଆ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଭିନ୍ନ ଶିଳ୍ପ ସଂସ୍ଥା ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ସ୍ୱତନ୍ତ୍ର ସହାୟତା ପ୍ୟାକେଜ ଘୋଷଣା କରିବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି ।

ନିଜ ପତ୍ରରେ ସୋନିଆ ଲେଖିଛନ୍ତି ଯେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ଦେଶର ଜିଡିପିରେ ତିନିତୃତୀୟାଂଶ ଓ ରପ୍ତାନିରେ ୫୦ ପ୍ରତିଶତ ଅବଦାନ ଦେଇଥାନ୍ତି । କିନ୍ତୁ କରୋନା ଯୋଗୁଁ ଦେଶର ପ୍ରାୟ ୬.୩ କୋଟି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛନ୍ତି ବୋଲି ସେ କହିଛନ୍ତି । ଏହି କ୍ଷେତ୍ର ପାଇଁ ୧ ଲକ୍ଷ କୋଟିର ଦରମା ସୁରକ୍ଷା ପ୍ୟାକେଜ ଘୋଷଣା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ଏମଏସଏମଇ ଗୁଡ଼ିକ ପାଇଁ ଏକ ଲକ୍ଷ କୋଟିର କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଘୋଷଣା କରିବାକୁ ସେ ପରାମର୍ଶ ଦେଇଛନ୍ତି । ରିଜର୍ବ ବ୍ୟାଙ୍କ ଦ୍ୱାରା ଘୋଷିତ ପଦକ୍ଷେପକୁ ବ୍ୟାଙ୍କମାନେ ଯେପରି ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର