୮୪ ଶିଖ ଦଙ୍ଗା ସଂପର୍କରେ ପିତ୍ରୋଡାଙ୍କ ବୟାନକୁ ନେଇ ସୋନିଆ,ରାହୁଲ କ୍ଷମାମାଗନ୍ତୁ : ବିଜେପି

ନୂଆଦିଲ୍ଲୀ : ୧୯୮୪ ଶିଖ ବିରୋଧୀ ଦଙ୍ଗା ସଂପର୍କରେ ବରିଷ୍ଠ କଂଗ୍ରେସ ନେତା ସାମ ପିତ୍ରୋଡାଙ୍କ ବୟାନକୁ ନେଇ କଂଗ୍ରେସର ସମସ୍ୟା ବଢିଚାଲିଛି ଓ କଂଗ୍ରେସର ଏହି ସମସ୍ୟା ବିଜେପିକୁ ବେଶ ସୁହାଉଛି । ଆଜି ବିଜେପି କହିଛି ଯେ ସାମଙ୍କ ବୟାନକୁ ନେଇ ସୋନିଆ ଓ ରାହୁଲ ଗାନ୍ଧି ଶିଖ ସଂପ୍ରଦାୟ ଆଗରେ କ୍ଷମା ମାଗନ୍ତୁ ।

ନିକଟରେ କଂଗ୍ରେସର ଦରିଆପାରି ମୁଖ୍ୟ ସାମ ପିତ୍ରୋଦା କହିଥିଲେ ଯେ “୧୯୮୪ରେ ଦଙ୍ଗା ହେଲା ହେଲା, ସେଇଠୁ କଣ ହେଲା” ? ସାମଙ୍କ ଏହି ବୟାନ ପରେ ଶିଖ ସମାଜରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଖୋଦ କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସାମଙ୍କ ବୟାନର ବିରୋଧ କରି କହିଛନ୍ତି ଯେ ଏହି ଶିଖ ବିରୋଧୀ ଗଣହତ୍ୟାରେ ସଂପୃକ୍ତ ଥିବା ଅତି କମରେ ୫ ଜଣ ଦିଲ୍ଲୀ କଂଗ୍ରେସ ନେତାଙ୍କୁ ସେ ଜାଣନ୍ତି । ସେ ମଧ୍ୟ ୪ ଜଣ କଂଗ୍ରେସ ନେତାଙ୍କ ନାଁ ନେଇଛନ୍ତି । ଏହି ୪ ଜଣ ହେଲେ ଏଚଏଏଲ ଭଗତ,ସଜ୍ଜନ କୁମାର,ଲଲିତ ମାକେନ ଓ ଅର୍ଜୁନ ଦାସ ।

ସମ୍ବନ୍ଧିତ ଖବର