ଅଟଳ ଟନେଲ୍‌ରୁ ସୋନିଆଙ୍କ ନାମ ଥିବା ଫଳକ ହଟାଇ ଦିଆଯାଇଛି: କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସର ହିମାଚଳ ପ୍ରଦେଶ ଶାଖା ‌ପକ୍ଷରୁ ଅଭିଯୋଗ କରାଯାଇଛି ଯେ ୧୦ ବର୍ଷ ତଳେ ରୋହତାଂଗରେ ଟନେଲ ପାଇଁ ଶିଳାନ୍ୟାସ ସମୟରେ ସୋନିଆ ଗାନ୍ଧିଙ୍କ ନାମ ଥିବା ଯେଉଁ ଫଳକ ଲାଗିଥିଲା ତାହାକୁ ଏବେ ହଟାଇ ଦିଆଯାଇଛି। ୩ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ଟନେଲ ଉଦ୍‌ଘାଟନ କରିଥିଲେ ଏବଂ ଏହା ପୂର୍ବରୁ ସୋନିଆଙ୍କ ନାମ ଥିବା ଫଳକକୁ ହଟାଇ ଦିଆଯାଇଛି ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଭାରତୀୟ ଗଣତନ୍ତ୍ରର ଇତିହାସରେ ଏହା ଏକ ଅଗଣତାନ୍ତ୍ରିକ କାର୍ଯ୍ୟ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କୁ ରାଜ୍ୟ କଂଗ୍ରେସ ସଭାପତି କୁଲଦୀପ ସିଂହ ଠାକୁର ଏକ ପତ୍ର ଲେଖିଛନ୍ତି।

ସମ୍ବନ୍ଧିତ ଖବର