ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୁସ୍ଥ ଅଛନ୍ତି ଏବଂ ଆଜି ଅପରାହ୍ନ ୪ଟା ବେଳେ ସେ ଗଂଗାରାମ ହସ୍ପଟାଲରୁ ତାଙ୍କ ବାସଭବନକୁ ଫେରିଛନ୍ତି। ଗତକାଲି ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସିମଲାରେ ଛୁଟି କଟାଉଥିବା ସୋନିଆ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ । ତାଙ୍କୁ ତୁରନ୍ତ ସିମଲାରୁ ଦିଲ୍ଲୀ ଗଂଗାରାମ ହସ୍ପିଟାଲକୁ ଅଣାଯାଇଥିଲା। ସୋନିଆ ଏବେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପୁତ୍ର ତଥା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ଵିଟ୍ କରିଛନ୍ତି।
ସୋନିଆ ସୁସ୍ଥ, ହସ୍ପିଟାଲରୁ ଫେରିଲେ
/sambad/media/post_attachments/wp-content/uploads/2017/10/sonia_1509191566_618x347-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)