ଉତ୍ତରପ୍ରଦେଶ ବାସିନ୍ଦାଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ଆର୍ଥିକ ସହାୟତା ଦେବା ସହ ପ୍ରତିରୋପଣର ସମସ୍ତ ବ୍ୟବସ୍ଥ‌ା କଲେ ସୋନୁ ସୁଦ୍

ଗାଜିଆବାଦ୍: ପରଦାରେ ଖଳନାୟକ ଭୂମିକାରେ ଦର୍ଶକଙ୍କ ମନୋରଞ୍ଜନ କରୁଥିଲେ ମଧ୍ୟ ଅସଲ ଜୀବନରେ ଅସହାୟଙ୍କ ହିରୋ ବନି ଯାଇଛନ୍ତି ଅଭିନେତା ସୋନୁ ସୁଦ୍। ଲକଡାଉନ ଆରମ୍ଭ ହେବା ପରଠାରୁ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବାଠାରୁ ଆରମ୍ଭ କରି ଅସହାୟଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଭଳି କାମ ତାଙ୍କୁ ହିରୋ ବନାଇଛି। ପୂର୍ବରୁ ଜଣେ ଚାଷୀକୁ ଟ୍ରାକ୍ଟର ଉପହାରରେ ଦେଇଥିବା ଅଭିନେତା ସୋନୁ ସୁଦ୍ ଏବେ ଉତ୍ତରପ୍ରଦେଶର ଜଣେ ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି। ଯୁବତୀଜଣଙ୍କ ଟୁଇଟ୍ କରି ନିଜ ସମସ୍ୟା ବିଷୟରେ ଜଣାଇବା ପରେ ସୋନୁ ତାଙ୍କୁ ସାହାଯ୍ୟ କରିଥିବା ଜଣା ପଡ଼ିଛି।

ଯୁବତୀଙ୍କ ବାପା ଗୋରଖପୁରରେ ଥିବା ଏକ ମନ୍ଦିରରେ ପୂଜାରୀ ଅଟନ୍ତି। ସେ କରୁଥିବା ଆୟରୁ ଘର ଚଳିବା କଷ୍ଟକର ଥିବା ବେଳେ ଲକଡାଉନ ପାଇଁ ଘରର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବାରେ ଲାଗିଥିଲା। ସବୁଦିନ ପାଇଁ ଶଯ୍ୟାଶାୟୀ ହୋଇ ରହିବାକୁ ଚାହୁନାହିଁ ବୋଲି ଲେଖି ଯୁବତୀଜଣଙ୍କ ଟୁଇଟ୍ କରିବା ପରେ ସୋନୁ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ଜଣା ପଡ଼ିଛି। ଯୁବତୀଙ୍କ ଟୁଇଟର ଯବାବ ରଖି ସୋନୁ ଲେଖିଥିଲେ ଯେ, “ଡାକ୍ତରଙ୍କ ସହ କଥା ହୋଇଛି। ଡାକ୍ତରଖାନାକୁ ଆସିବା ପାଇଁ ମଧ୍ୟ ସମସ୍ତ ସୁବିଧା କରିଛି। ଆସନ୍ତା ସପ୍ତାହରେ ତୁମର ସର୍ଜରୀ ହେବ। ଶୀଘ୍ର ସୁସ୍ଥ ହୁଅ। ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ”। ବର୍ତ୍ତମାନ ଯୁବତୀଙ୍କ ସର୍ଜରୀ ଶେଷ ହୋଇଥିବା ବେଳେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଛି।

Sonu Sood launches toll-free helpline for migrant labourers in ...
Punekar News

ଯୁବତୀଙ୍କ ସର୍ଜରୀ କରିଥିବା ଡାକ୍ତର ଅଖିଳେଶ ଯାଦବ କହିଛନ୍ତି ଯେ, ସେ “ଦବଙ୍ଗ” ଅଭିନେତାଙ୍କ ଫୋନ କଲ ପାଇବା ପରେ ଯୁବତୀକୁ ଭେଟିବାକୁ ଯାଇଥିଲେ। ସୋନୁ ଯୁବତୀ ଏବଂ ତାଙ୍କ ପରିବାରର ଅବସ୍ଥା ବିଷୟରେ ନିରନ୍ତର ପଚରାଉଚରା ଜାରି ରଖିଥିଲେ ଏବଂ ଡାକ୍ତରଖାନା ପ୍ରକ୍ରିୟାରେ ସେମାନେ କୌଣସି ସମସ୍ୟାର ଯେମିତି ସମ୍ମୁଖୀନ ନ ହୁହନ୍ତୁ, ସେ ବିଷୟରେ ମୋତେ ନିଶ୍ଚିତ କରିବାକୁ କହିିଥିଲେ। ଯୁବତୀଙ୍କ ବାପା ବିନୋଦ କହିଛନ୍ତି ଯେ, ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା ବ୍ୟତୀତ ବଲିଉଡ ଅଭିନେତା ଗୋରଖପୁରରୁ ଗାଜିଆବାଦ ଅଭିମୁଖେ ଯାତ୍ରା ପାଇଁ ମଧ୍ୟ ସମସ୍ତ ସୁବିଧା କରିଥିଲେ।

ସମ୍ବନ୍ଧିତ ଖବର