୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଦେବାକୁ ଘୋଷଣା କଲେ ସୋନୁ, ଜାଣନ୍ତୁ କେଉଁମାନେ ଏହାର ଲାଭ ଉଠାଇପାରିବେ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଗରିବଙ୍କ ଭଗବାନ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦ ଏବେ ପୁଣି ଚର୍ଚ୍ଚାରେ। ପୁଣି ଥରେ ସେ ନିଜ କାମ ଜରିଆରେ ଲୋକଙ୍କ ମନ କିଣିଛନ୍ତି। ପୂର୍ବରୁ ଅନେକଙ୍କୁ ପଢ଼ିବା ପାଇଁ ସାହାଯ୍ୟ କରିଥିବା ସୋନୁ ଏବେ ୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଦେବାକୁ ଘୋଷଣା କରିଛନ୍ତି। ଏ ନେଇ ସୋନୁଆଇଏସଏମ.ଓରାଜି ନାମରେ ଏକ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଡାକ୍ତରୀ ପଢ଼ିବା ପାଇଁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀ ଏହାର ସୁବିଧା ଉଠାଇପାରିବେ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ଦିଆଯିବ, ଯାହା ସେମାନଙ୍କୁ ବିଦେଶରେ ଥିବା ବଡ଼ ବଡ଼ କଲେଜ ଏବଂ ବିଶ୍ବବିଦ୍ୟାଳୟ ପଢ଼ିବାକୁ ସାହାଯ୍ୟ କରିବ। ଏ ନେଇ ସୋନୁ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ଜଣାଇଛନ୍ତି।

ଟୁଇଟରେ, ମୁଁ ଚାହେଁ ପ୍ରତ୍ୟେକ ଛାତ୍ରଛାତ୍ରୀ, ଯିଏ ଡାକ୍ତର ହେବାକୁ ସ୍ୱପ୍ନ ଦେଖୁଛନ୍ତି ସେମାନେ ଡାକ୍ତର ହୁଅନ୍ତୁ। ମୁଁ ଏଠାରେ http://SONUISM.ORGର ଶୁଭାରମ୍ଭ କରୁଛି। ଆଇଏସଏମ ଏଡୁଟେକ୍ ସହିତ ମିଶି ମୁଁ ମୋର ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ଆର୍ଥିକ ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଡାକ୍ତର ହେବାର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରିବ। ଆସନ୍ତୁ ଏକ ସୁସ୍ଥ ରାଷ୍ଟ୍ର ଗଢ଼ିବା ବୋଲି ଲେଖିଛନ୍ତି ସୋନୁ।

ସୂଚନା ମୁତାବକ, ସୋନୁ ସୁଦ ଏବଂ ଆଇଏସଏମ ଏଡୁଟେକ୍ ଦ୍ୱାରା ଆରମ୍ଭ ହୋଇଥିବା ଏହି ଉଦ୍ୟମ ଭାରତର ମେଡିକାଲ୍ ପଢ଼ିବାକୁ ଚାହୁଥିବା ଛାତ୍ରଛାତ୍ରୀମାନଙ୍କୁ କିର୍ଗିଜସ୍ଥାନ, କାଜାଖସ୍ତାନ, ଜର୍ଜିଆ ଏବଂ ତାଜିକିସ୍ତାନ ଭଳି ବିଭିନ୍ନ ଦେଶର ମେଡିକାଲ କଲେଜରେ ନାଁ ଲେଖାଇବାରେ ସାହାଯ୍ୟ କରିବ |

ସମ୍ବନ୍ଧିତ ଖବର