ସୋନୁ ସୁଦ୍‌ଙ୍କ ମହାନତା: ଅସହାୟଙ୍କୁ ସାହାଯ୍ୟ ପାଇଁ ନିଜର ୮ଟି ସମ୍ପତ୍ତି ବନ୍ଧକ ରଖି ସଂଗ୍ରହ କଲେ ୧୦ କୋଟି

ମୁମ୍ବାଇ: କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ଫେରିବା ପାଇଁ ପରିବହନର ସୁବିଧା ଯୋଗାଇ ଦେବା ସହ ବିଭିନ୍ନ ସମୟରେ ଅସହାୟ, ନିସହାୟ ଓ ଅଭାବୀ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେଇ ମାନବିକତାର ଏକ ନୂତନ ନିଦର୍ଶନ ସୃଷ୍ଟି କରଥିଲେ ଅଭିନେତା ସୋନୁ ସୁଦ୍‌।

ଅସହାୟ ଓ ନିସହାୟ ଲୋକଙ୍କ ପାଇଁ ତ୍ରାଣକର୍ତ୍ତା ରୂପେ ଉଭା ହୋଇଥିବା ସୋନୁ ସୁଦ୍‌ଙ୍କର ଆଉ ଏକ ମହାନତା ଏବେ ଲୋକଲୋଚନକୁ ଆସିଛି। ଏକ ନୂତନ ରିପୋର୍ଟ ଅନୁଯାୟୀ, ଅଭିନେତା ସୋନୁ ସୁଦ ତାଙ୍କର ଏହି ମାନବିକ କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ମୁମ୍ବାଇର ଜୁହୁରେ ରହିଥିବା ତାଙ୍କର ଆଠଟି ସମ୍ପତ୍ତିକୁ ବନ୍ଧକ ରଖି ଯୋଗାଡ଼ କରିଛନ୍ତି ୧୦ କୋଟି ଟଙ୍କା। ସୋନୁ ସୁଦ୍‌ ବନ୍ଧକ ରଖିଥିବା ସଂପତ୍ତିଗୁଡ଼ିକ ମଧ୍ୟରେ ରହିଛି ଦୁଇଟି ଦୋକାନ ଏବଂ ଛଅଟି ଫ୍ଲାଟ।

ଉଲ୍ଲେଖଯୋଗ୍ୟ, କରୋନାଭାଇରସ୍‌ ଲକଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ଅକ୍ଲାନ୍ତ ଉଦ୍ୟମ ପାଇଁ ଅଭିନେତା ସୋନୁ ସୁଦ ସବୁ ମହଲରୁ ପ୍ରଶଂସା ଲାଭ କରିଥିଲେ। ସୋନୁଙ୍କ ଏପ୍ରକାରର ମାନବିକ କାର୍ଯ୍ୟକୁ ସମାଜର ସବୁ ମହଲରୁ ବ୍ୟାପକ ପ୍ରଶଂସା କରାଯାଇଥିଲା।

ସମ୍ବନ୍ଧିତ ଖବର