ପ୍ରବାସୀମାନଙ୍କୁ ଭେଟିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ ସୋନୁ ସୁଦ, ପ୍ଲାଟଫର୍ମକୁ ଯିବା ପାଇଁ ମିଳିଲା ନାହିଁ ଅନୁମତି

ମୁମ୍ବାଇ: ଲକଡାଉନ ପରେ ପରେ କାମ ବନ୍ଦ ହୋଇଯିବା ସହ ବେରୋଜଗାର ହୋଇଯାଇଥିଲେ ଅନେକ ପ୍ରବାସୀ ଶ୍ରମିକ | କିଛି ଦିନ କାମ ମିଳିବା ଆଶାରେ ରହିବା ପରେ ଶେଷରେ ସେମାନେ ନିଜ ଭିଟାମାଟିକୁ ଫେରିବା ପାଇଁ ନିଷ୍ପତି ନେଇଥିଲେ | ଗାଡି ଚଳାଚଳ ଉପରେ ସରକାର ରୋକ ଲଗାଇଥିବାରୁ ପ୍ରବାସୀମାନେ ଚାଲି ଚାଲି ନିଜ ଘରକୁ ଫେରିବା ଆରମ୍ଭ କରିଥିଲେ | ପରେ ଗାଡି ଚଳାଚଳକୁ ସରକାର ଅନୁମତି ଦେବା ପରେ ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀମାନଙ୍କ ଯନ୍ତ୍ରଣା ବୁଝି ସେମାନଙ୍କୁ ଗାଡି ଯୋଗେ ଘରକୁ ପଠାଇବା ପାଇଁ ନିଷ୍ପତି ନେଇଥିଲେ | ଏ ପର୍ଯ୍ୟନ୍ତ ସେ ହଜାର ହଜାର ପ୍ରବାସୀଙ୍କୁ ବସ, ଟ୍ରେନ ଏବଂ ବିମାନ ଯୋଗେ ନିଜ ନିଜ ଘରକୁ ପଠାଇ ସାରିଥିବା ଜଣା ପଡିଛି। ତେବେ ଏତେ ସବୁ କରିବା ପରେ ମଧ୍ୟ ସୋମବାର ତାଙ୍କୁ ମୁମ୍ବାଇ ରେଳ ଷ୍ଟେସନରେ ପ୍ରବାସୀମାନଙ୍କୁ ଭେଟିବାକୁ ଦିଆଯାଇନଥିବା ଖବର ସାମ୍ନାକୁ ଆସିଛି | ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି | ସୋମବାର ସୋନୁ ସୁଦ ମୁମ୍ବାଇର ବାନ୍ଦ୍ରା ଟର୍ମିନସରେ ପ୍ରବାସୀ ଶ୍ରମିକଙ୍କୁ ଭେଟିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି |

रेलवे के पुलिस अधिकारी उन्‍हें 45 मिनट तक बातों में उलझाए रखा
oneindia

ଏ ନେଇ ମୁମ୍ବାଇର ନିର୍ମଲ ନଗର ପୁଲିସ ଷ୍ଟେସନର ବରିଷ୍ଠ ଇନ୍ସପେକ୍ଟର ଶଶିକାନ୍ତ ଭଣ୍ଡାରେ କହିଛନ୍ତି ଯେ, ଅଭିନେତାଙ୍କୁ ଆମେ ନୁହେଁ, ରେଳ ସୁରକ୍ଷା ବଳ(ଆରପିଏଫ) ଅଟକାଇଥିଲା। ସେ ବାନ୍ଦ୍ରା ଟର୍ମିନସରୁ ଉତ୍ତରପ୍ରଦେଶକୁ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଯାଉଥିବା ଶ୍ରମିକଙ୍କୁ ଭେଟିବାକୁ ଚାହୁଁଥିଲେ। ଏପର୍ଯ୍ୟନ୍ତ ଆମେ ଏ ନେଇ କୌଣସି ଅଭିଯୋଗ ପାଇନାହୁଁ ।

ସମ୍ବନ୍ଧିତ ଖବର