ମୁମ୍ବାଇ: ଦେଶର ଭବିଷ୍ୟତକୁ ସଜାଡିବାରେ ଲାଗିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ନେତା ମନ୍ତ୍ରୀ ଯେଉଁ କାମ ପାରୁନାହାନ୍ତି ତାକୁ କରି ଦେଖାଉଛନ୍ତି ସୋନୁ । ଶିକ୍ଷା ହେଉ ଅବା ସ୍ୱାସ୍ଥ୍ୟ, ଲୋକଙ୍କୁ ସବୁ ପ୍ରକାର ସୁବିଧା ଦେଉଛନ୍ତି ଏହି ଅଭିନେତା । ଏବେ ଦେଶର ଉନ୍ନତି ଓ ଗରିବଙ୍କ ସାହାଯ୍ୟ ପାଇଁ ଆଉ ଏକ ପାଦ ଆଗେଇଛନ୍ତି ସୋନୁ ସୁଦ । ଏବେ ସେ ଉତ୍ତର ପ୍ରଦେଶର ମିର୍ଜାପୁର ଓ ସୋନଭଦ୍ରା ଜିଲ୍ଲାର କିଛି ଝିଅଙ୍କୁ ଦେବେ ସାଇକେଲ ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍କୁଲ ଯିବାକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଏହି ଗାଁର ଗରିବ ପିଲାଙ୍କ ପାଇଁ ଏବେ ଛିଡା ହୋଇଛନ୍ତି ହୃଦୟର ହିରୋ । ଏହି ଗାଁରେ ପଞ୍ଚମ ଶ୍ରେଣୀ ପରେ ଝିଅମାନେ ସ୍କୁଲ ଯିବା ଛାଡି ଦେଉଛନ୍ତି । ଏହାର କାରଣ ହେଉଛି ସେମାନଙ୍କୁ ସ୍କୁଲ ଯିବାକୁ ୧୫ କିଲୋମିଟର ଜଙ୍ଗଲ ରାସ୍ତାରେ ଚାଲିକି ଯିବାକୁ ପଡୁଛି । ସେହି ଅଞ୍ଚଳ ନକ୍ସଲ ପ୍ରବଣ ହୋଇଥିବାରୁ ଅଭିବାଭକମାନେ ପିଲାଙ୍କୁ ସ୍କୁଲ ଛାଡିବାକୁ ରାଜି ହୁଅନ୍ତି ନାହିଁ । ଏନେଇ ସନ୍ତୋଷ ଚୌହାନ ନାମକ ଜଣେ ଯୁବକ ଟ୍ୱିଟ କରି ସୋନୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଟ୍ୱିଟ କରି ଲେଖିଥିଲେ, ଏହି ଗାଁରେ ୩୫ ଜଣ ଝିଅ ଅଛନ୍ତି, ଯେଉଁମାନଙ୍କୁ ସ୍କୁଲ ଯିବାକୁ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ଏହି ରସ୍ତା ବିପଦପୂର୍ଣ୍ଣ ଥିବାରୁ ଅବିଭାବକମାନେ ପିଲାଙ୍କୁ ଛାଡିବାକୁ ରାଜି ହୋଇନଥାନ୍ତି । ଆପଣ ଯଦି ଏହି ପିଲାଙ୍କୁ ସାଇକେଲ ଯୋଗାଇ ଦିଅନ୍ତେ ତେବେ ଏମାନଙ୍କ ଭବିଷ୍ୟତ ବଦଳିଯାଆନ୍ତା ।
गाँव की हर लड़की के पास साइकल होगा और हर लड़की पढ़ेगी।
परिवार वालों से कह देना..साइकल पहुँच रहें हैं बस चाय तैयार रखना। 🚲@NeetiGoel2 @IlaajIndia https://t.co/KVuRLHsF0V
— sonu sood (@SonuSood) October 31, 2020
ଏହାର ଉତ୍ତର ଦେଇ ସୋନୁ ସୁଦ ଲେଖିଛନ୍ତି, ଗାଁର ସବୁ ଝିଅଙ୍କ ପାଖରେ ସାଇକେଲ ପହଞ୍ଚିବ, ସବୁ ଝିଅ ପାଠ ପାଢିବେ । ତାଙ୍କ ପରିବାର ଲୋକଙ୍କୁ କହିଦିଅ ସାଇକେଲ ପହଞ୍ଚୁଛି, ଚା’ ତିଆରି କରି ରଖିଥିବେ ।
ସୋନୁ ସୁଦଙ୍କ ଏଭଳି କାମ ତାଙ୍କୁ ପୁଣି ଗରିବଙ୍କ ମଧ୍ୟରେ ଭଗବାନର ସ୍ଥାନ ଦେଇଛି । ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ଦେଶରେ ସେବାରେ ମଧ୍ୟ ନିଜ ଯୋଗଦାନ ଦେଉଛନ୍ତି । ଦେଶରେ ଚିକିତ୍ସା ଓ ଶିକ୍ଷାରୁ ବଞ୍ଚିତ ଲୋକଙ୍କୁ ସେ ସାହାଯ୍ୟର ହାତ ବଢାଉଛନ୍ତି । ତାଙ୍କର ଏଭଳି କାମ ଏବେ ତାଙ୍କୁ ଗରିବଙ୍କ ଭଗବାନ ଭାବେ ପରିଚୟ ଦେଇଛି ।