ଅକ୍ସିଜେନ ଲିକ ହେତୁ ଘଟିବାକୁ ଯାଉଥିବା ଏକ ଅଘଟଣକୁ ରୋକି ଦେଲେ ସୋନୁଙ୍କ ଦଳ ଓ ପୁଲିସ

ନୂଆଦିଲ୍ଲୀ: ଅଭିନେତା  ସୋନୁ ସୁଦଙ୍କ ଦଳ ନିକଟରେ ଶ୍ରେୟାସ ଡାକ୍ତରଖାନାରେ ଏକ ବଡ଼ ଅଘଟଣାକୁ ରୋକିବାରେ ବେଙ୍ଗାଲୁରୁ ପୁଲିସକୁ ସାହାଯ୍ୟ କରିଛନ୍ତି। ଏତଦ ଦ୍ବାରା ୩୦ଜଣ କରୋନା ରୋଗୀଙ୍କ ଜୀବନ ରକ୍ଷା ପାଇ ଯାଇଛି।

ପ୍ରକାଶିତ ଖବର ଅନୁଯାୟୀ, ଚଳିତ ସପ୍ତାହରେ ଶ୍ରେୟାସ ଡାକ୍ତରଖାନାରେ ଅମ୍ଳଜାନ ଲିକ୍ ହୋଇଥିଲା, ଯାହା ପରେ ସୋନୁଙ୍କ ଟିମ୍ ଏବଂ ସ୍ଥାନୀୟ ପୁଲିସ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସିଲିଣ୍ଡର ନେଇ ଉକ୍ତ ସ୍ଥାନରେ ପହଞ୍ଚି ଯାଇଥିଲେ।

ଏହାପୂର୍ବରୁ, ସୋନୁ ତାଙ୍କ ଟିମ୍ ସହିତ ବେଙ୍ଗାଲୁରୁର ଏଆରଏକେ ହସ୍ପିଟାଲକୁ ଅମ୍ଳଜାନ ଯୋଗାଇବା ପାଇଁ ରାତିସାରା କାମ କରିଥିଲେ ।  ଯଦି ସୋନୁ ଏବଂ ତାଙ୍କ ଦଳ ତୁରନ୍ତ ଏଭଳି ପଦକ୍ଷେପ ଗ୍ରହଣ କରି ନଥାଆନ୍ତେ ତେବେ ଅମ୍ଳଜାନ ସିଲିଣ୍ଡର ଉପଲବ୍ଧ ନହେବା ହେତୁ ଅତି କମରେ ୨୦ରୁ ୨୨ଜଣ କରୋନା ରୋଗୀଙ୍କ ଜୀବନ ବିପଦକୁ ଚାଲି ଯାଇଥାଆନ୍ତା।

Police, Sonu Sood's NGO avert oxygen crisis at Bengaluru hospital |  Bengaluru News - Times of India

‘ଆମର ସାଥୀ ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି। ଦଳ ସାରା ରାତି କୌଣସି ବିଷୟରେ ଚିନ୍ତା ନକରି କେବଳ ଅମ୍ଳଜାନ ସିଲିଣ୍ଡର ହସ୍ପିଟାଲକୁ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ଯଦି ଏଭଳି କାର୍ଯ୍ୟରେ ବିଳମ୍ବ ହୋଇଯାଇଥାନ୍ତା, ଅନେକ ପରିବାର ସେମାନଙ୍କର ଆତ୍ମୀୟଙ୍କୁ ହରାଇ  ଦେଇଥାଆନ୍ତେ ବୋଲି ସୋନୁ ସୁଦ କହିଛନ୍ତି।’

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ  ଏତେ ସଂଖ୍ୟକ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥିଲେ। ମୋର ଦଳର ସଦସ୍ୟମାନଙ୍କ ଦ୍ୱାରା ଏପରି କାର୍ଯ୍ୟ ଯାହା ମୋତେ ଆଗକୁ ବଢ଼ିବାକୁ ସାହାଯ୍ୟ କରୁଛି। ଲୋକଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧିତ ଖବର