ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ୍ଙ୍କ ଅଫିସ ଏବଂ ବାସଭବନ ଉପରେ ଲଗାତାର ୪ ଦିନ ଧରି ଆୟକର ଚଢ଼ଉ ହେବା ପରେ ସେ ସଫେଇ ଦେଇ କହିଛନ୍ତି, ବଳକା ଥିବା ୧୭ କୋଟି ଟଙ୍କାକୁ ସେ ଏମିତି ଭାବେ ଖର୍ଚ୍ଚ କରିବେ। ସୋନୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ମହାମାରୀ କରୋନା ପରିପ୍ରେକ୍ଷୀରେ ସେ ଲୋକଙ୍କଠାରୁ ଅର୍ଥ ଆଦାୟ କରିଛନ୍ତି। ସହାୟତା କରିବା ନାଁରେ ଆଦାୟ କରିଥିବା ୧୭ କୋଟି ଟଙ୍କା ବ୍ୟାଙ୍କରେ ପଡ଼ିରହିଛି। ଆୟକର ଅଧିକାରୀମାନଙ୍କ ଦାବି ଯେ, ସୋନୁ ସୁଦ୍ଙ୍କ ଉପରେ ୨୦ କୋଟି ଟଙ୍କା ଟିକସ ଫାଙ୍କି ଏବଂ ଏଫ୍ସିଆର୍ଏ ଉଲ୍ଲଂଘନ ମାମଲା କରାଯାଇଛି। ସୋନୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ତାଙ୍କ ପାଖରେ ପାଖାପାଖି ୧୭ କୋଟି ଟଙ୍କା ବଳିଛି। ସେହି ଟଙ୍କାରେ ସେ ହାଇଦ୍ରାବାଦରେ ଏକ ଚାରିଟେବୁଲ୍ ଟ୍ରଷ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିରୁ ସେ ୨ କୋଟି ଟଙ୍କା ଘର ତିଆରିରେ ଖର୍ଚ୍ଚ କରି ସାରିଛନ୍ତି। ସେ ଆହୁରି କହିଛନ୍ତି, ନିୟମ ଅନୁଯାୟୀ କୌଣସି ସଂଗଠନ ଅର୍ଥ ପ୍ରାପ୍ତ କଲେ ତାହା ଖର୍ଚ୍ଚ କରିବା ପାଇଁ ୧ ବର୍ଷ ସମୟ ସୀମା ଥାଏ। ବର୍ଷେ ଭିତରେ ସେହି ଫଣ୍ଡ ଖର୍ଚ୍ଚ ହୋଇ ନପାରିଲେ ଆଉ ୧ ବର୍ଷ ସମୟ ବଢ଼ାଇ ଦିଆଯାଇପାରେ। ମାତ୍ର କିଛି ମାସହେଲା ସେ ସଂଗଠନ ତିଆରି କରିଛନ୍ତି। କେରାନାର ଦ୍ବିତୀୟ ଲହର ଆସିବା ପୂର୍ବରୁ କାହାରି ବିନା ସାହାଯ୍ୟରେ ପ୍ରଥମ ଲହରରେ ଲୋକଙ୍କୁ ସାହାଯ୍ୟ କରିଥିଲେ। ଦ୍ବିତୀୟ ଲହର ଆସିବାବେଳେ ସେ ସଂଗଠନ ତିଆରି କଲେ। ତା’ପରେ ଅର୍ଥ ସଂଗ୍ରହ କଲେ। ପରିଶ୍ରମ କରି ଯେଉଁ ଅର୍ଥ ଆଦାୟ ହୋଇଛି, ତାହାକୁ ବ୍ୟର୍ଥ ହେବାକୁ ଦେବେ ନାହିଁ ବୋଲି ସୋନୁ କହିଛନ୍ତି।
ଆଇଟି ଚଢ଼ଉ ପରେ ସୋନୁ ସୁଦ୍ଙ୍କ ସଫେଇ: ବାକି ୧୭ କୋଟିରେ ହାଇଦ୍ରାବାଦରେ ଟ୍ରଷ୍ଟ ଖୋଲିବେ
/sambad/media/post_attachments/wp-content/uploads/2021/09/sonu-sood-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)