ସୁରକ୍ଷା ପାଇଁ ଖୁବ୍‌ ଶୀଘ୍ର ଜିପିଏସ୍‌ ଏବଂ ପାନିକ୍‌ ବଟନ୍‌ ଥିବା ଚେନ୍‌ ତିଆରି କରି ମହିଳାମାନଙ୍କୁ ଦିଆଯିବ ବୋଲି ଘୋଷଣା କଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ମହିଳାମାନଙ୍କ ସୁରକ୍ଷା ପାଇଁ ସରକାର ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି । ଗଳା ହାରକୁ ଜିପିଏସ୍‌ ଏବଂ ପାନିକ୍‌ ବଟନ୍‌ ରଖି ତିଆରି କରିବା ସହ ଏହାକୁ ମହିଳମାନଙ୍କୁ ଦେବା ପାଇଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଏହି ସୁବିଧା ହେବା ଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହେଲେ ମହିଳାମାନେ ପାନିକ୍‌ ବଟନ୍‌ ଦବାଇ ପୁଲିସକୁ ସୂଚନା ଦେବା ସହ ସେମାନଙ୍କର ଜିପିଏସ୍‌ ମାଧ୍ୟମରେ ଠିକଣା ମଧ୍ୟ ଜଣା ପଡ଼ିଯିବ ।

Hindustan Times

ଏହି ଘୋଷଣା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦୀପକ କେଶରକର କରିଥିବା ଜଣା ପଡ଼ିଛି । ତାଙ୍କ କହିବା ଅନୁଯାୟୀ, ସରକାର ଏକ ସ୍କିମ୍‌ ତିଆରି କରିବାକୁ ଯାଉଛନ୍ତି । ଯାହାଦ୍ୱାରା ମହିଳାମାନେ ୧୦୦୦ ବା କମ୍‌ ମୂଲ୍ୟରେ ଜିପିଏସ୍‌ ଏବଂ ପାନିକ୍‌ ବଟନ୍‌ ଥିବା ଚେନ୍‌ କିଣି ପାରିବେ । ଏହି ଚେନ୍‌ ପିନ୍ଧିବା ଦ୍ୱାରା ସେମାନେ ନିର୍ଭୟ ହୋଇ ଘରୁ ବାହାରି ପାରିବେ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ ପୁଲିସକୁ ପାନିକ୍‌ ବଟନ୍‌ ଏବଂ ଜିପିଏସ୍‌ ସାହାଯ୍ୟରେ ନିଜ ଠିକଣା ବିଷୟରେ ସୂଚନା ଦେଇ ପାରିବେ । ଏପରି ବ୍ୟବସ୍ଥା ଦ୍ୱାରା ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ କମ କରାଯାଇ ପାରିବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଦୀପକ କେଶରକର ।

ସମ୍ବନ୍ଧିତ ଖବର