ସୋପିଆନ୍‌ ଏନ୍‌କାଉଣ୍ଟର, ୨ ଅଲ୍‌ ବଦର ଆତଙ୍କବାଦୀ ନିପାତ

ସୋପିଆନ୍‌: ଜମ୍ମୁ କାଶ୍ମୀର ସୋପିଆନ୍‌ର କାନିଗାମ୍‌ ଅଞ୍ଚଳରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ଅଲ୍‌ ବଦର ଆତଙ୍କବାଦୀ ଗୋଷ୍ଠୀର ବୋଲି ଜଣାପଡ଼ିଛି। ଜମ୍ମୁ କାଶ୍ମୀର ଡିଜିପି ଦିଲ୍‌ବାଗ ସିଂହ କହିଛନ୍ତି ଯେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମିଳିତ ବାହିନୀ ପକ୍ଷରୁ ଗତରାତିରୁ ସର୍ଚ୍ଚ‌୍ ଅପରେସନ୍‌ ଆରମ୍ଭ ହୋଇଥିଲା ଏବଂ ସକାଳ ୭ଟାରୁ ଏନ୍‌କାଉଣ୍ଟର ଆରମ୍ଭ ହୋଇଯାଇଥିଲା।

ସମ୍ବନ୍ଧିତ ଖବର