ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କଶ୍ମୀର ସୋପିଆନ୍ ଗୁଳିକାଣ୍ଡ ମାମଲାରେ ଆଜି ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ମେଜର ଆଦିତ୍ୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆଦିତ୍ୟଙ୍କ ବିରୋଧରେ ହୋଇଥିବା ଏଫ୍୍ଆଇଆର୍ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏନେଇ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଗତ ୨୭ ତାରିଖରେ ସୋପିଆନ୍ ସେକ୍ଟରରେ ସେନା ଉପରକୁ ହୋଇଥିବା ଭୟଙ୍କର ପଥରମାଡ଼ ଓ ସେନା ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ନେଇ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି ।
୧୦ ଗଡ଼ଓ୍ଵାଲ ରାଇଫଲ୍ସର ମେଜର ଆଦିତ୍ୟ କୁମାର ଆତ୍ମରକ୍ଷା ପାଇଁ ଗୁଳିଚାଳନା କରିଥିଲେ ଏବଂ ଏଥିରେ ୩ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଜମ୍ମୁ-କଶ୍ମୀର ପୁଲିସ୍ ମେଜର ଆଦିତ୍ୟଙ୍କ ବିରୋଧରେ ହତ୍ୟା ମାମଲା ଦାଏର କରିଥିଲା। ଏହାକୁ ନେଇ ମେଜରଙ୍କ ପିତା ଲେଫ୍ଟନାଣ୍ଟ ଜେନେରାଲ କର୍ଣ୍ଣେଲ କର୍ମବୀର ସିଂ ଗତ ସସ୍ତାହରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ୧ତାରିଖରେ ସେନା ମଧ୍ୟ ଆକ୍ରମଣକାରୀଙ୍କ ବିରୋଧରେ ପାଲଟା ଏତଲା ରୁଜୁ କରିଥିଲା। ସେନା କହିଥିଲା ଯେ, ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ସେନା ଉପରକୁ ପଥର ମାଡ଼ କରିବା ସହ ଅସ୍ତ୍ରଶସ୍ତ୍ର ଛଡ଼ାଇ ଆକ୍ରମଣ କରୁଥିଲେ। କେବଳ ଆତ୍ମରକ୍ଷା ପାଇଁ ସେନା ବିହୀତ ପଦକ୍ଷେପ ଗ୍ରହଣ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/SHOPIAN.jpg)