ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ଗୁରୁବାର ଘୋଷଣା କରିଛି ଯେ ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଗଣ୍ଡେ ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବେ। ଜେଏମ୍ଏମ୍ ବିଧାୟକ ସର୍ଫରାଜ ଅହମଦଙ୍କ ଇସ୍ତଫା ପରେ ଗିରିଡିହ ଜିଲ୍ଲାର ଏହି ଆସନଟି ଖାଲି ପଡ଼ିଥିଲା। ରାଜ୍ୟରେ ସଂସଦୀୟ ନିର୍ବାଚନ ସହ ମେ ୨୦ ତାରିଖରେ ଗଣ୍ଡେ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏମ୍ଟେକ୍ ଓ ଏମ୍ବିଏ ଯୋଗ୍ୟତା ହାସଲ କରିଥିବା ଗୃହିଣୀ କଳ୍ପନା ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନରୁ ଇଞ୍ଜିନିୟରିଂ ଓ ଏମ୍ବିଏ ଡିଗ୍ରି ହାସଲ କରିଛନ୍ତି। ଅନ୍ୟପକ୍ଷରେ ଜାମ୍ସେଦପୁର ଲୋକସଭା ଆସନରୁ ଜେଏମ୍ଏମ୍ ସମୀର ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ୪୯ ବର୍ଷୀୟ ମହାନ୍ତି ଏବେ ବିଧାୟକ ଅଛନ୍ତି।
ନିର୍ବାଚନ ଲଢ଼ିବେ କଳ୍ପନା ସୋରେନ
/sambad/media/post_attachments/wp-content/uploads/2024/04/sfhsffhsfhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)