ନୂଆଦିଲ୍ଲୀ: କେତେବେଳେ କେଉଁ ଖବର ବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବ ତାହା କେହି କହିପାରିବେ ନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହୋର୍ଡିଂର ଫଟୋ ଭାଇରାଲ ହେଉଛି ଯେଉଁଥିରେ ଲେଖାଅଛି 'ମୋର ଭୁଲ ହୋଇଯାଇଛି ସଞ୍ଜୁ'। ହୋର୍ଡିଂର ଫଟୋ ଏବେ ଟ୍ୱିଟରରେ ଚର୍ଚ୍ଚାର ବିଷୟ ପାଲଟିଛି। ହୋର୍ଡିଂ ଦେଖିବା ପରେ କେହି ଜଣେ ପ୍ରେମିକା ତା’ ପ୍ରେମିକ ପାଇଁ ଏଭଳି ଲେଖିଥିବା କଥା ଲୋକେ ଭାବୁଥିବା ବେଳେ ଏବେ ଏହି ହୋର୍ଡିଂ ପଛର ପ୍ରକୃତ କାହାଣୀ ସାମ୍ନାକୁ ଆସିଛି।

Advertisment

ଅନୁସନ୍ଧାନ ପରେ ଜଣାପଡିଛି ଯେ ଜଣେ ପରିବାର ହଜିଯାଇଥିବା ପିଲା ପାଇଁ ଏହି ବାର୍ତ୍ତା ଲେଖିଛନ୍ତି। ତେବେ ଫଟୋ ଭାଇରାଲ ହେବା ପରେ ନୋଏଡା କର୍ତ୍ତୃପକ୍ଷ ପୋଷ୍ଟରକୁ ହଟାଇ ଦେଇଛନ୍ତି। କୁହାଯାଉଛି ଯେ, ନୋଏଡା ସେକ୍ଟର ୧୨୫ର ଓଖଲା ବର୍ଡ ସେଞ୍ଚୁରୀ ନିକଟରେ ଏଭଳି ହୋର୍ଡିଂ ଲାଗିଥିଲା। ଏଥିରେ ଦୁଇଜଣ ପିଲାଙ୍କ ଫଟୋ ସହିତ ଲେଖାଯାଇଥିଲା, ମୋର ଭୁଲ ହୋଇଯାଇଛି ସଞ୍ଜୁ। ମୁଁ ତୁମକୁ ଆଉ ଆଘାତ ଦେବି ନାହିଁ। ତୁମର ସୁଶ... ଏହା ସହିତ ଏକ ହୃଦୟ ଇମୋଜି ମଧ୍ୟ ଦିଆଯାଇଥିବା ଭାଇରାଲ ଫଟେ‌ାରେ ଦେଖିବାକୁ ମିଳିଛି।