ସୌମ୍ୟରଂଜନ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ସଦସ୍ୟ ମନୋନୀତ

ନୂଆଦିଲ୍ଲୀ : ବିଜେଡିର ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ  ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁ ସୌମ୍ୟରଂଜନଙ୍କୁ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି।  ସୌମ୍ୟରଂଜନଙ୍କ ବ୍ୟତୀତ ରାଜ୍ୟସଭାର ବିଜେଡିର ଅନ୍ୟ ଦୁଇଜଣ ସାଂସଦ ପ୍ରଶାନ୍ତ ନନ୍ଦଙ୍କୁ ଗ୍ରାମ୍ୟ ଉନ୍ନୟନ ଏବଂ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ  କୋଇଲା ଓ ଇସ୍ପାତ ଷ୍ଟାଣ୍ଡିଂ କମିଟିର ସଦସ୍ୟ ରୂପେ ମନୋନୀତ କରାଯାଇଛି। ସମୁଦାୟ ୫୬ ଜଣ ରାଜ୍ୟସଭା ସଦସ୍ୟମାନଙ୍କୁ ବିଭିନ୍ନ ବିଭାଗୀୟ ସଂସଦୀୟ କମିଟିରେ  ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ମନୋନୀତ କରିଛନ୍ତି।

ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଉଛନ୍ତି ଲୋକସଭାର ବରିଷ୍ଠ ବିଜେପି ସାଂସଦ ମେଜର ଜେନେରାଲ ଭୂବନଚନ୍ଦ୍ର ଖଣ୍ଡୁରୀ। ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିରେ ଲୋକସଭାର ୨୧ ଜଣ ଓ ରାଜ୍ୟସଭାର ୫ ଜଣ ସଦସ୍ୟ ରହିଥିବା ବେଳେ ଆଉ ୫ ଜଣ ସଦସ୍ୟଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କୟା ନାଇଡ଼ୁଙ୍କ ଦ୍ୱାରା ମନୋନୀତ କରାଯାଇଛି। ଉଲ୍ଲେଖଯୋଗ୍ୟ  ବିଭିନ୍ନ ବିଭାଗୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି ଦ୍ୱାରା ସରକାରଙ୍କ ପଲିସି ଗୁଡ଼ିକର ତର୍ଜମା କରାଯିବା ସହ ରିପୋର୍ଟରେ କେନ୍ଦ୍ର ସରକାରଙ୍କୁ ଅନେକ ସୁପାରିସ କରାଯାଇଥାଏ।

ସମ୍ବନ୍ଧିତ ଖବର