ଭାଇରାଲ ହେଲା ସୌରଭ ଗାଙ୍ଗୁଲିଙ୍କ ସେଲ୍‌ଫି, ବେଙ୍ଗାଲୁରୁ ବିମାନବନ୍ଦରରେ ପ୍ରଶଂସକଙ୍କ ସହ ନଜର ଆସିଲେ

ନୂଆଦିଲ୍ଲୀ : ଯଦି ଆପଣ ପୂର୍ବତନ କ୍ରିକେଟର ତଥା ବିିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ଜଣେ ବଡ଼ ପ୍ରଶଂସକ, ତେବେ ଆପଣଙ୍କୁ ଏହି ଫଟୋ ଖୁସି କରାଇବ ନିଶ୍ଚୟ । ବିିସିସିଆଇର ସଭାପତି ହେବା ପରେ ସୌରଭ ଗାଙ୍ଗୁଲି ଏବେ ଚର୍ଚ୍ଚାରେ ରହିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ ସେଲ୍‌ଫି ଏବେ ଚର୍ଚ୍ଚାରେ ରହିଛି । ବୁଧବାର ସେ ବେଙ୍ଗାଲୁରୁ ଯାଇଥିବା ବେଳେ ବିମାନବନ୍ଦରରେ ନିଜ ପ୍ରଶଂସକଙ୍କ ସହ ସେଲ୍‌ଫି ନେଇଥିଲେ । ଏହାକୁ ସେ ନିଜେ ଟୁଇଟ୍ କରିବା ପରେ ତାହା ସୋସିଆଲ ମିଡିଆକୁ ଆସିବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା ।

ସୌରଭ ଗାଙ୍ଗୁଲି ନିଜ ପ୍ରଶଂସକଙ୍କ ସହ ସେଲ୍‌ଫି ନେଇ ଟୁଇଟ୍‌ରରେ ସେୟାର କରିବାର କିଛି ସମୟ ମଧ୍ୟରେ ତାହା ଛାଇ ଯାଇଥିଲା । ସେଲ୍‌ଫିରେ ସୌରଭ ଗାଙ୍ଗୁଲି ଏକ ସାର୍ଟ ଉପରେ ହାତକଟା ସ୍ୱେଟର ପିନ୍ଧିଥିବାର ନଜର ଆସୁଛନ୍ତି । ଫଟୋ ସେୟାର କରି ଗାଙ୍ଗୁଲି ଲେଖିଛନ୍ତି କି, ବେଙ୍ଗାଲୁୁରୁ ବିମାନବନ୍ଦରର ଚେକ୍‌ ଇନ୍‌ରେ….ଲୋକମାନଙ୍କ ଭଲ ପାଇବା ଆପଣଙ୍କୁ ବହୁତ ଖୁସି କରାଇଥାଏ ।

ସମ୍ବନ୍ଧିତ ଖବର