ବିିସିସିଆଇର ସଭାପତି ପଦ ପାଇଁ ଗାଙ୍ଗୁଲୀ, ସଚିବ ପଦ ପାଇଁ ଅମିତ ଶାହାଙ୍କ ପୁଅ ଜୟ ଶାହା ଦାଖଲ କଲେ ମନୋନୟନ ପତ୍ର

ନୂଆଦିଲ୍ଲୀ: ବିସିସିଆଇର ପରବର୍ତ୍ତୀ ସଭାପତି ହେବା ପାଇଁ ସୋମବାର ମନୋନୟନ ପତ୍ର ଦାଖଲ କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟ୍‌ ତାରକା ସୌରଭ ଗାଙ୍ଗୁଲୀ। ଗାଙ୍ଗୁଲୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ସଚିବ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ବର୍ତ୍ତମାନ ଗୁଜୁରାଟ କ୍ରିକେଟ୍‌ ଆସୋସିଏସନ୍‌କୁ ପ୍ରତିନିଧିତ୍ୱ କରୁଛନ୍ତି।

ପୂର୍ବତନ ବିସିସିଆଇ ସଭାପତି ତଥା ବର୍ତ୍ତମାନର ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମାଲ କୋଷାଧ୍ୟକ୍ଷ ହେବେ ବୋଲି ସୂଚନା ରହିଛି। ମନୋନୟନ ପତ୍ର ଦାଖଲ ପରେ ଅକ୍ଟୋବର ୨୩ ତାରିଖରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକରେ ପଦାଧୀକାରୀମାନଙ୍କୁ ବଛାଯିବ।
ଉଲ୍ଲେଖଯୋଗ୍ୟ, ଏହି ପଦବୀକୁ ଏକ ଚ୍ୟାଲେଞ୍ଜି ପଦ ଭାବେ ଗ୍ରହଣ କରିଛନ୍ତି ଗାଙ୍ଗୁଲୀ। ନିଜର ନିଯୁକ୍ତି ପାଇଁ ସେ ବେଶ୍‌ ଖୁସି ଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଏହା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ବୋଲି ସେ କହିଛନ୍ତି। ସଂପ୍ରତି ଗାଙ୍ଗୁଲୀ କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌ର ଅଧ୍ୟକ୍ଷ ଅଛନ୍ତି।

ସମ୍ବନ୍ଧିତ ଖବର