କୋଲ୍କାତା: କୋଲ୍କାତା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ରାତିରେ ‘ବିସିସିଆଇ’ର ମୁଖ୍ୟ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲୀଙ୍କ ଘରେ ରାତ୍ରିଭୋଜନ କରିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁତ୍ର ଜୟ ଶାହ ‘ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ’ର ଅବୈତନିକ ସମ୍ପାଦକ ଅଟନ୍ତି। ସେହି ସୂତ୍ରରେ ଜୟ ଶାହଙ୍କ ସହକର୍ମୀ ହୋଇଥିବାରୁ ସୌରଭ ଗୃହମନ୍ତ୍ରୀ ଶାହଙ୍କୁ ସୌଜନ୍ୟମୂଳକ ଆତିଥେୟତା ପ୍ରଦାନ କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ଅଙ୍ଗରକ୍ଷୀଙ୍କ ଗହଣରେ ଗୋଟାଏ ଧଳା ‘ଏସ୍ୟୁଭି’ରେ ଗୃହମନ୍ତ୍ରୀ ଗାଙ୍ଗୁଲୀଙ୍କ ଘରେ ପହଞ୍ଚିଥିଲେ। ଅମିତ ଶାହଙ୍କୁ ଦେଖିବା ଲାଗି ସୌରଭଙ୍କ ବାସଭବନ ବାହାର ଅଣଓସାରିଆ ରାସ୍ତାରେ ଜନଗହଳି ହୋଇଥିଲା। ଗାଡ଼ିର ସାମ୍ନା ସିଟ୍ରେ ବସିଥିବା ଗୃହମନ୍ତ୍ରୀ ଯୋଡ଼ହସ୍ତରେ ସମବେତ ଜନତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ସହିତ ଥିଲେ ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀ ଓ ଅମିତ ମାଲବୀୟ।
Image Courtesy of Cook with Mawsonଏହାପରେ, ଗୃହମନ୍ତ୍ରୀ ଶାହ ସୌରଭ ଏବଂ ତାଙ୍କ ପରିବାରର ସଦସ୍ୟମାନଙ୍କ ସହିତ ‘ଡାଇନିଙ୍ଗ୍ ଟେବୁଲ୍’ରେ ବସି ରାତ୍ରିଭୋଜନ କରିଥିଲେ।
ସାମ୍ବାଦିକମାନଙ୍କୁ ୪୯ ବର୍ଷିୟ ସୌରଭ କହିଛନ୍ତି, ଏହି ରାତ୍ରଭୋଜି ଭେଟରେ କୌଣସି ରାଜନୀତି ନାହିଁ। ଅମିତ ଶାହଙ୍କୁ ମୁଁ ୨୦୦୮ରୁ ଜାଣିଛି ଏବଂ ଅନେକ ଥର ଭେଟିଛି ମଧ୍ୟ। ତାଙ୍କ ପୁଅଙ୍କ ସହିତ ମୁଁ କାମ କରେ। ଆମର ପରିଚୟ ପୁରୁଣା।
ଭୋଜନରେ କ’ଣ ହୋଇଛି ବୋଲି ପଚାରା ଯିବାରୁ ସ୍ମିତ ହସି ଗାଙ୍ଗୁଲୀ କହିଲେ, ଘରକୁ ଯାଇ ଦେଖିଲେ ଜଣାପଡ଼ିବ। ସେ ତ ନିରାମିଷାଶୀ।
କିନ୍ତୁ, ଅନ୍ୟସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଗାଙ୍ଗୁଲୀ ପରିବାର ଗୃହମନ୍ତ୍ରୀଙ୍କ ଲାଗି ଭାତ, ରୁଟି, ଲୁଚି, ବାଇଗଣ ଭଜା, ଶାହି ପନୀର, ଡାଲ୍ ମଖାନୀ, ଦମ୍ ଆଳୁ, ଭେଜ୍ କଟ୍ଲେଟ୍, କାଜୁବର୍ଫି, ମିଠା ଦହି ଓ ରସଗୋଲା ପ୍ରସ୍ତୁତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/amit-at-souravs-house.jpg)