ମୁମ୍ବାଇ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏଥିରେ ୨୮ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ, ସମଗ୍ର ଦେଶରେ ଶୋକ ଏବଂ କ୍ରୋଧର ପରିବେଶ ରହିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ନିରନ୍ତର ଅପରେସନ୍ ଚଳାଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ଆକ୍ସନ ମୋଡରେ ଅଛନ୍ତି ଏବଂ ପଡ଼ୋଶୀ ଦେଶ ପାକିସ୍ତାନ ବିରୋଧରେ ଅନେକ ବଡ଼ ପଦକ୍ଷେପ ନେଇଛନ୍ତି।

Advertisment

ଏହି ଘଟଣାରେ କ୍ରିକେଟ ତାରକାମାନେ ମଧ୍ୟ ଦୁଃଖ ଏବଂ କ୍ରୋଧ ପ୍ରକାଶ କରୁଛନ୍ତି ଏବଂ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏବେ ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ସୌରଭ ଗାଙ୍ଗୁଲି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ, "ପାକିସ୍ତାନ ସହିତ ୧୦୦ ପ୍ରତିଶତ ସମ୍ପର୍କ ଭାଙ୍ଗିବା ଉଚିତ। ପ୍ରତିବର୍ଷ ଏପରି ଘଟଣା ଘଟୁଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଆତଙ୍କବାଦକୁ ସହ୍ୟ କରାଯିବା ଉଚିତ୍ ନୁହେଁ।"