କୋଲ୍‌କାତା: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା ‘ଜେଡ୍‌’ ବର୍ଗକୁ ବୃଦ୍ଧି କରାଇବା ଲାଗି ପଶ୍ଚିମବଙ୍ଗ ସରକାର ସ୍ଥିର କରିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

Advertisment

ଗାଙ୍ଗୁଲୀଙ୍କୁ ଯୋଗାଇ ଦିଆ ଯାଇଥିବା ‘ୱାଇ’ ବର୍ଗର ସୁରକ୍ଷା ସମୟ ସୀମା ଶେଷ ହୋଇଯିବାରୁ ମଙ୍ଗଳବାର ଦିନ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସରକାରୀ ଅଧିକାରୀଜଣକ କହିଛନ୍ତି, ଗାଙ୍ଗୁଲୀଙ୍କ ନିରାପତ୍ତା ବ୍ୟବସ୍ଥାର ଅବସାନ ଘଟିବାରୁ ନିୟମାନୁସାରେ ସମୀକ୍ଷା କରାଯାଇଥିଲା। ତା’ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ‘ଜେଡ୍‌’ ବର୍ଗକୁ ବୃଦ୍ଧି କରିବା ଲାଗି ସ୍ଥିର କରାଯାଇଥିଲା।

publive-image Image Courtesy of National Herald

ନୂଆ ନିରାପତ୍ତା ବ୍ୟବସ୍ଥା ଅନୁସାରେ, ଗାଙ୍ଗୁଲୀଙ୍କୁ ଏବେ ୮/୧୦ଜଣ ପୁଲିସ କର୍ମଚାରୀ ପହରା ଦେବେ। ‘ୱାଇ’ ବର୍ଗ ସୁରକ୍ଷାରେ ତାଙ୍କ ପାଇଁ ସ୍ପେସାଲ୍‌ ବ୍ରାଞ୍ଚ୍‌ରୁ ୩ଜଣ ପୁଲିସ କର୍ମଚାରୀ ଯୋଗାଇ ଦିଆଯାଇଥିଲା। ଏହାଛଡ଼ା, ତାଙ୍କ ବେହାଲା ବାସଭବନରେ ପହରା ଦେବା ପାଇଁ ଆଉ ୩ଜଣ ପୁଲିସ ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ମଙ୍ଗଳବାର ଦିନ ରାଜ୍ୟ ସଚିବାଳୟ ପ୍ରତିନିଧିମାନେ ଗାଙ୍ଗୁଲୀଙ୍କ ବେହାଲା ଅଫିସ୍‌ରେ ପହଞ୍ଚି ଲାଲ୍‌ବଜାରସ୍ଥିତ କୋଲ୍‌କାତା ପୁଲିସ ମୁଖ୍ୟାଳୟ ଓ ସ୍ଥାନୀୟ ଥାନା ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ।

ସମ୍ପ୍ରତି ଗାଙ୍ଗୁଲୀ ତାଙ୍କ ‘ଦିଲ୍ଲୀ ଡେୟାର୍‌ଡେଭିଲ୍ସ୍‌’ ସହିତ ଗସ୍ତରେ ଅଛନ୍ତି ଏବଂ ମେ ୨୧ ତାରିଖ ଦିନ କୋଲ୍‌କାତା ଫେରିବେ। ସେହି ଦିନରୁ ତାଙ୍କ ପ୍ରତି ‘ଜେଡ୍‌’ ବର୍ଗର ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ ବୋଲି ସେ ସରକାରୀ ଅଧିକାରୀ କହିଛନ୍ତି।