ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ଷ୍ଟାର କ୍ରିକେଟର ଜୋଣ୍ଟି ରୋଡସ କିଛିଦିନ ହେବ ଭାରତରେ ଥିଲେ। ରୋଡସ ଭାରତଗସ୍ତ ସମୟରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା କରିବା ସମୟରେ ତାଙ୍କ ସହିତ ଘଟିଥିବା ଘଟଣାକୁ ସେ ସେୟାର କରିଛନ୍ତି।

Advertisment

ଜୋଣ୍ଟି ଦିଲ୍ଲୀରୁ ମୁମ୍ବାଇ ଯାତ୍ରାକୁ ନେଇ କହିଛନ୍ତି, ‘ଏହି ଯାତ୍ରା ସମୟରେ ମୋତେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।  ପ୍ରଥମତଃ ମୁମ୍ବାଇ ବିମାନବନ୍ଦରରେ ମୁଁ ଚଢ଼ିବାକୁ ଥିବା ବିମାନ ବିଳମ୍‌ସରେ ପହଞ୍ଚିଥିଲା। ଅନେକ ଅପେକ୍ଷା ପରେ ଯେତେବେଳେ ମୁଁ ବିମାନରେ ଚଢ଼ିଥିଲି ଖୁବ ଅସନ୍ତୋଷ ହୋଇ ଯାଇଥିଲି। କାରଣ ମୋତେ ବସିବାକୁ ଯେଉଁ ସିଟ ମିଳିଥିଲା ତାହା ଭାଙ୍ଗି ଯାଇଥିଲା।

ଏହାପରେ ମୋତେ ଏକ କାଗଜରେ ଦସ୍ତଖତ କରିବାକୁ ପଡ଼ିଥିଲା।  ଯେଉଁଥିରେ ଲେଖାଥିଲା କି ମୁଁ ସ୍ବୀକାର କରୁଛି କି ମୋ ଆସନ ଭାଙ୍ଗି ଯାଇଛି। ଏହି ଭଙ୍ଗା ସିଟିରେ ବସି ମୋତେ ଯାତ୍ରା କରିବାକୁ ପଡ଼ିଥିଲା। ମୁଁ ମୋର ଯାତ୍ରାକୁ ବାତିଲ ବି କରି ପାରି ନଥିଲି। କାରଣ ମୋର ଅନେକଗୁଡ଼ାଏ ଜରୁରି କାମ ଥିଲା।  ମୁମ୍ବାଇରେ ପହଞ୍ଚିବା ପରେ ମୋତେ କେପଟାଉନ ପାଇଁ ପୁଣି ଏକ ବିମାନ ଧରିବାର ଥିଲା। 

ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଏୟାରଲାଇନ୍ସ କ୍ଷମା ମାଗିଛି। ଏଥିସହିତ ଘଟଣାର ଯାଞ୍ଚ ଆଦେଶ ଦେଇଛି। ଏୟାର ଇଣ୍ଡିଆ କ୍ଷମା ମାଗି କହିଛି, ‘ଆପଣଙ୍କ ସହିତ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖୀତ। ଏହି ଅସୁବିଧାର ଆମେ ପୁରାପୁରି ଯାଞ୍ଚ କରିବୁ। ’