ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ବ୍ରିଟେନଠାରୁ ଅଧିକ ବିପଦଜ୍ଜନକ ଦାବିକୁ ଖାରଜ କଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ଦୁଇଟି ନୂଆ ଷ୍ଟ୍ରେନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଦୁଇଟି ଷ୍ଟ୍ରେନ ପୂର୍ବ ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ବୋଲି ଜଣାପଡ଼ିବା ପରେ ଦୁଇଟି ଦେଶକୁ ବିମାନ ଉଡ଼ାଣ ଉପରେ ରୋକ ଲଗାଯାଇଛି। ତେବେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ବୋଲି ବ୍ରିଟେନ ଦାବି କରିବା ପରେ ଏହାକୁ ଖାରଜ କରିଛି ଦକ୍ଷିଣ ଆଫ୍ରିକା।

ଦକ୍ଷିଣ ଆଫ୍ରିକାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କହିବା ମୁତାବକ, ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ(୫୦୧.ଭି୨) ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନଠାରୁ ଅଧିକ ସଂକ୍ରାମକ ବୋଲି କୌଣସି ପ୍ରମାଣ ନାହିଁ। ଏହା ସହ ଏହି ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହେବା ଦ୍ବାରା ମୃତ୍ୟୁ ସଂଖ୍ୟା ବା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ମଧ୍ୟ କୌଣସି ପ୍ରମାଣ ନାହିଁ।

South Africa says 'no evidence' its virus variant more dangerous than UK  strain
France 24

ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଆଫ୍ରିକାରୁ ବିମାନ ଚଳାଚଳ ଉପରେ ରୋକ ଲଗାଇ ବ୍ରିଟେନ କହିଥିଲା ଯେ, ଦକ୍ଷିଣ ଆଫ୍ରିକାରୂ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ଏବଂ ଏହା ଖୁବ ଶୀଘ୍ର ବ୍ୟାପିଥାଏ। ଏହା ଦ୍ବାରା ଲୋକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର