ଲକ୍ଷ୍ନୌ: ଉତ୍ତରପ୍ରଦେଶର ୪ଜଣ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ୪ଜଣଙ୍କ ମଧ୍ୟରୁ ୩ଜଣ ଆକ୍ରାନ୍ତ ଆଗ୍ରାର ବାସିନ୍ଦା ହୋଇଥିବା ବେଳେ ଜଣେ ମଥୁରାର ବାସିନ୍ଦା ବୋଲି ଜଣାପଡ଼ିଛି। ୪ଜଣଙ୍କ ମଧ୍ୟରୁ ଜଣେ ମହିଳା ଜାନୁଆରିରେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ବେଳେ ଅନ୍ୟ ୩ଜଣଙ୍କର କୌଣସି ବିଦେଶ ଯାତ୍ରା ଇତିହାସ ନଥିବା ଜଣାପଡ଼ିଛି।
ଯେଉଁମାନେ ଏହି ୪ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କର କରୋନା ପରୀକ୍ଷା କରାଯିବ। ଭାରତୀୟ ଷ୍ଟ୍ରେନ୍ ତୁଳନାରେ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ୍ ଏବଂ ନୂତନ ପରିବର୍ତ୍ତିତ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ଅଟେ। ଏଭଳି ସ୍ଥିତିରେ ଲୋକଙ୍କୁ କରୋନା କଟକଣା ମାନିବାକୁ ହେବ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ନୀତି ଅନୁସରଣ କରିବା ଏବଂ ବାରମ୍ବାର ହାତ ଧୋଇବା ଏକାନ୍ତ ଆବଶ୍ୟକ। ଯୋଗ୍ୟ ବ୍ୟକ୍ତିମାନେ ତୁରନ୍ତ କରୋନା ଟିକା ନେବା ଉଚିତ୍ ବୋଲି ଆଗ୍ରା ସିଏମଓ ଡା. ଆରସି ପାଣ୍ଡେ କହିଛନ୍ତି।
Times of Indiaଜିନୋମ ସିକ୍ୟୁଏନସିଂ ପାଇଁ ନମୁନାଗୁଡ଼ିକୁ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ ବିଶ୍ବବିଦ୍ୟାଳୟକୁ ପଠାଯାଇଥିଲା, ଯେଉଁଠାରେ ଷ୍ଟ୍ରେନ ଚିହ୍ନଟ କରାଯାଇଥିଲା। ଏବେ ସେମାନଙ୍କର ନମୁନାକୁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚକୁ ପଠାଯାଇଛି। ଏହା ସହ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ମହିଳାଙ୍କୁ ଘରେ କ୍ବାରେଣ୍ଟାଇନ କରାଯାଇଥିବା କହିଛନ୍ତି ଡା. ଆରସି ପାଣ୍ଡେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/t-68.jpg)