ଜୋହାନସ୍ବର୍ଗ: ଟିକା ନ ନେଇ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଶେଷ ସାଙ୍ଘାତିକ ହେବନାହିଁ। ସେମାନଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ଅବସ୍ଥା ଏବଂ ମୃତ୍ୟୁ ମଧ୍ୟ ‘କରୋନାଭାଇରସ୍ର ପୂର୍ବ ଭେରିଏଣ୍ଟ୍’ଗୁଡ଼ିକ ଠାରୁ ସ୍ବଳ୍ପ ବୋଲି ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକାର ଏକ ଅଧ୍ୟୟନରୁ ଜଣାପଡ଼ିଛି।
ୱେଷ୍ଟର୍ଣ୍ଣ କେପ୍ ଅଞ୍ଚଳରେ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେବଲ୍ ଡିଜିଜେସ୍’ (ଏନ୍ଆଇସିଡି) ଉପରୋକ୍ତ ଅଧ୍ୟୟନ କରିଥିଲା। ଏଥିରେ କୋଭିଡ୍-୧୯ର ପ୍ରଥମ ୩ ଲହର୍ର ୧୧,୬୦୦ ରୋଗୀ ଏବଂ ନଭେମ୍ବରରେ ଆରମ୍ଭ ହୋଇଥିବା ଓମିକ୍ରନ୍ଜନିତ ଲହର୍ରୁ ପ୍ରାୟ ୫,୧୦୦ ରୋଗୀଙ୍କର ତୁଳନାତ୍ମକ ଅଧ୍ୟୟନ କରାଯାଇଥିଲା।
Image Courtesy of NY Postବିଶ୍ବବ୍ୟାପୀ ଓମିକ୍ରନ୍ କମ୍ ସାଂଘାତିକ ହେବାର କାରଣ ମଧ୍ୟ ବୈଜ୍ଞାନିକମାନେ ଜାଣିବାକୁ ଉଦ୍ୟମ ଚଳାଇଛନ୍ତି। ସେମାନେ ଜାଣିବାକୁ ଚାହୁଁଛନ୍ତି, ଟିକା ନେବାଦ୍ବାରା ରୋଗ ପ୍ରତିରୋଧକ ଶକ୍ତିବୃଦ୍ଧି, ପୂର୍ବର ଅସୁସ୍ଥତା ନା, ଓମିକ୍ରନ୍ ଅପେକ୍ଷାକୃତ କମ୍ ମାରାତ୍ମକ।
Image Courtesy of India Todayଅଧ୍ୟୟନରେ ଉଲ୍ଲେଖ ଅଛି, ଓମିକ୍ରନ୍ ଆଣିଥିବା ଲହର୍ରେ କୋଭିଡ୍-୧୯ ଆକ୍ରାନ୍ତ ସାଙ୍ଘାତିକ ନ ହେବାର କାରଣ, ପୂର୍ବ ସଂକ୍ରମଣ କିଂବା ଟିକାକରଣ ଯୋଗୁଁ ହୋଇପାରେ। କିନ୍ତୁ, ଓମିକ୍ରନ୍ର ସ୍ବଳ୍ପ ମାରାତ୍ମକତା ଡେଲ୍ଟା ତୁଳନାରେ ଡାକ୍ତରଖାନାରେ ଭର୍ତ୍ତିସଂଖ୍ୟା ଓ ମୃତ୍ୟୁ ପ୍ରାୟ ୨୫% ହ୍ରାସ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Omicron-Not-Much-Deadliest-For-Not-Vaccinated-Man_Thumbnail.jpg)