ଆମେରିକା-ଆଫ୍ଗାନ ମିଳିତ ଏୟାରଷ୍ଟ୍ରାଇକ୍ରେ ଦକ୍ଷିଣ ଏସିଆ ଅଲ୍ କାଏଦା ମୁଖ୍ୟ ଅସିମ୍ ଓମାର ନିହତ
ନୂଆଦିଲ୍ଲୀ : ଦକ୍ଷିଣ ଏସିଆର ଅଲ୍ କାଏଦା ମୁଖ୍ୟ ଅସିମ୍ ଓମାର ଆଫ୍ଗାନିସ୍ଥାନରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଆମେରିକାର ଏୟାରଷ୍ଟ୍ରାଇକ୍ ଦ୍ୱାରା ଏହା ସମ୍ଭବ ହୋଇ ପାରିଛି । ମୌଲାନା ଅସିମ୍ ଓମାର ଭାରତର ଉତ୍ତରପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ୧୯୯୦ରେ ସେ ପାକିସ୍ତାନକୁ ଚାଲି ଯାଇଥିଲା । ସେପ୍ଟେମ୍ବରରେ କରାଯାଇଥିବା ଆମେରିକା-ଆଫ୍ଗାନର ମିଳିତ ଏୟାରଷ୍ଟ୍ରାଇକ୍ ସମୟରେ ଓମାର ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
2/2: Omar, a #Pakistani citizen, was #killed along with six other AQIS members, most of them Pakistani. Among them was Raihan, Omar’s courier to Ayman #Al_Zawahiri. They had been embedded inside the Taliban compound in the #Taliban stronghold of Musa Qala. pic.twitter.com/7jQF7bK7aD
— NDS Afghanistan (@NDSAfghanistan) October 8, 2019
ମିଳିଥିବା ସୂଚନା ମୁତାବକ, ୨୦୧୪ରେ ଓମାର ଦକ୍ଷିଣ ଏସିଆରେ ଅଲ୍ କାଏଦାର ନେତୃତ୍ୱ ନେବା ଆରମ୍ଭ କରିଥିଲା । ସେପ୍ଟେମ୍ବର ୨୩ରେ ଓମାର ଆତଙ୍କୀ କ୍ୟାମ୍ପ ଉପରେ ଆକ୍ରମଣ କରାଯିବା ପରେ ଓମାରର ମୃତ୍ୟୁ ହୋଇଥିଲା । ଆଫ୍ଗାନିସ୍ଥାନର ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଟୁଇଟ୍ କରାଯାଇ ଓମାରର ମୃତ୍ୟୁ ସ୍ପଷ୍ଟ କରିବା ସହ ଟୁଇଟ୍ରେ ଅସିମ୍ ଓମାରର ମୃତଦେହର ଫଟୋ ଦିଆଯାଇଛି । ଓମାର ସହ ଅନ୍ୟ ୬ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ନେଇ ସୂଚନା ମିଳିଛି । କରାଯାଇଥିବା ଏୟାର ଷ୍ଟ୍ରାଇକ୍ରେ ଆତଙ୍କବାଦୀଙ୍କ ସହ ପ୍ରାୟ ୪୦ଜଣ ନାଗରିକ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।