ନୂଆଦିଲ୍ଲୀ: ସଂକ୍ରାମକ ହେବା ସହ ଜୀବନ ନେଉଛି ଓମିକ୍ରନ। ପୁଣି ଚାଲିଗଲା ୨ଜଣଙ୍କ ଜୀବନ। ଦକ୍ଷିଣ କୋରିଆରେ ପ୍ରଥମ କରି ୨ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ୨ଆକ୍ରାନ୍ତ ୯୦ବର୍ଷୀୟ ଥିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ଥିଲେ। କିଛି ଦିନ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହେବା ପରେ ଏବେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

୨ଜଣଙ୍କ ମଧ୍ୟରୁ ଜଣେ ଡିସେମ୍ବର ୨୭ରେ ମୃତ୍ୟୁବରଣ କରିଥିବା ବେଳେ ଡିସେମ୍ବର ୩୦ରେ ସେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ଥିବା ଜଣାପଡ଼ିିଥିଲା। ଦ୍ବିତୀୟ ରୋଗୀ ଓମିକ୍ରନ ଦ୍ବାରା ଆକ୍ରାନ୍ତଙ୍କ ହୋଇ ଡିସେମ୍ବର ୨୯ରେ ମୃତ୍ୟୁବରଣ କରିଥିଲେ। ଦକ୍ଷିଣ କୋରିଆ ଏକ ନର୍ସିଂ ହସ୍ପିଟାଲରେ ପ୍ରାୟ ୨୧ଜଣ କରୋନା ପଜିଟିଭ ହେବା ପରେ ସେମାନଙ୍କ ନମୁନା ଜିନୋମ ସିକ୍ୟୁଏନସିଂ ପାଇଁ ପଠାଯାଇଥିଲା। ହେଲେ ରିପୋର୍ଟ ଆସିବା ପୂର୍ବରୁ ହିଁ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ପ୍ରଥମେ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଅକ୍ଟୋବର ୨୦୨୦ରେ ଦୁଇଟି ଡୋଜ ନେଇଥିବା ବେଳେ ଦ୍ବିତୀୟ ମୃତକଜଣକ ମେ’ ୨୦୨୦ରେ କରୋନା ଟିକାର ଦୁଇଟି ଡୋଜ ନେଇଥିଲେ।

ଦକ୍ଷିଣ କୋରିଆରେ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩,୧୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମଣ ରହିଛି ୬୪୨,୨୦୭। ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମଣର ସଂଖ୍ୟା ଏପର୍ଯ୍ୟନ୍ତ ୧୩୧୮ ରହିଥିବା ବେଳେ ୭୦୩ଜଣ ବିଦେଶରୁ ଫେରିଥିଲେ ଏବଂ ୬୧୫ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିଲେ।