୬ ଲକ୍ଷ ନୂଆ ସଂକ୍ରମିତଙ୍କ ସହ ଦକ୍ଷିଣ କୋରିଆରେ ଦୈନିକ କୋଭିଡ୍‌ ସଂକ୍ରମଣରେ ରେକର୍ଡ

ସିଓଲ୍‌: ଆଜି ଦକ୍ଷିଣ କୋରିଆରେ ୬ ଲକ୍ଷ ନୂଆ କୋଭିଡ୍‌-୧୯ ସଂକ୍ରମିତଙ୍କୁ ଚିହ୍ନଟ ହେବା ସହ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଏଯାବତ୍‌ ଏହା ହେଉଛି, ଦକ୍ଷିଣ କୋରିଆରେ ସବୁଠୁ ଅଧିକ ଦୈନିକ ସଂକ୍ରମଣ।

ଆଜି ‘କୋରିଆ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ ଏଜେନ୍‌ସି’ (କେଡିସିଏ) କହିଛି, ଆଜି ଦକ୍ଷିଣ କୋରିଆ ୬,୨୧,୩୨୮ ନୂତନ କୋଭିଡ୍‌-୧୯ ସଂକ୍ରମିତ ଏବଂ ୪୨୯ ମୃତ୍ୟୁ ରେକର୍ଡ କରିଛି। ଗତକାଲି ଅ‌ପେକ୍ଷା ଆଜିର ସଂକ୍ରମଣ ହାର ୫୫% ଅଧକ।

‘କେଡିସିଏ’ କହିଛି, ନୂତନ ସଂକ୍ରମଣ ସହ ଦକ୍ଷିଣ କୋରିଆର ସମୁଦାୟ ସଂକ୍ରମଣ ସଂଖ୍ୟା ୮,୨୫୦,୫୯୨ରେ ପହଞ୍ଚିଛି।

Image Courtesy of India Today

ଏହା ପୂର୍ବରୁ, ବୁଧବାର ଦିନ ଦକ୍ଷିଣ କୋରିଆ ୪,୦୦,୭୪୧ ନୂଆ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ କରିଥିଲା। ସେଥିରୁ ଅଧିକାଂଶ ସଂକ୍ରମଣ ମାମଲା ଆଞ୍ଚଳିକ ବୋଲି କୁହାଯାଉଛି।

ରିପୋର୍ଟ ଅନୁସାରେ ମଙ୍ଗଳବାର ଦିନ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କୋରିଆରେ ୨୯୩ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା।

ସମ୍ପ୍ରତି ସାମାଜିକ ଦୂରତ୍ବ ରକ୍ଷା ଭଳି କଟକଣା ଜାରି ରହିବ କି, କୋହଳ କରାଯିବା, ତାହା ଶୁକ୍ରବାର ଦିନ ଦକ୍ଷିଣ କୋରିଆ ସରକାର ଘୋଷଣା କରପାରନ୍ତି।

ସମ୍ବନ୍ଧିତ ଖବର