ସିଓଲ(ଦକ୍ଷିଣ କୋରିଆ) : ସମ୍ପ୍ରତି ବିଶ୍ବବ୍ୟାପୀ ମହାମାରୀ କରୋନା ପାଇଁ ହାହାକାର ସ୍ଥିତି ଦେଖାଦେଇଥିବା ବେଳେ ଦକ୍ଷିଣ କୋରିଆରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ଦେଶର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛିା କରୋନାର ମୁକାବିଲା ପାଇଁ ବିଶ୍ବ୍ବର ବିଭିନ୍ନ ଦେଶରେ ସରକାର ଲକ୍ଡାଉନ୍ ଭଳି ଜରୁରୀକାଳୀନ ସ୍ଥିତି ଜାରି କରି ନାଗରିକମାନଙ୍କୁ ମାସାଧିକ କାଳ ଏକ ରକମ ଗୃହବନ୍ଦୀ ଜୀବନ କାଟିବା ପାଇଁ ବାଧ୍ୟ କରୁଥିବା ବେଳେ ଦକ୍ଷିଣ କୋରିଆରେ ମତଦାନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଲୋକଙ୍କୁ ଏପରି ବାହାରକୁ ଆସିବାକୁ ବାଧ୍ୟ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛିା ସୂଚନା ଥାଉ କି, ଦକ୍ଷିଣ କୋରିଆରେ ଅଦ୍ୟାବଧି ୧୦,୫୯୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୨୫ ଜଣଙ୍କର ମୃତ୍ୟୁ ଘଟିଛିା ତେବେ ଗତ କିଛି ସପ୍ତାହ ହେଲା ସେଠାରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିା ଅବଶ୍ୟ କୋରିଆର ଏହି ନିର୍ବାଚନ ବେଳେ କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ କରିବା ପାଇଁ ଦେଶର ନିର୍ବାଚନ ଅଧିକାରୀ ଏବଂ ସ୍ବାସ୍ଥ୍ୟ ଅଧିକାରୀମାନେ ଅନେକ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିଲୋ ମତଦାତାଙ୍କ ଠାରୁ ଆରମ୍ଭ କରି ସୁରକ୍ଷା କର୍ମୀ ଯାଏ ସମସ୍ତେ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ସମସ୍ତଙ୍କୁ ମାସ୍କ, ଗ୍ଲୋଭ୍ସ ଆଦି ଆନୁଷଙ୍ଗିକ ସଂକ୍ରମଣ ପ୍ରତିରୋଧ ଉପକରଣ ସବୁ ଯୋଗାଇ ଦିଆଯାଇଥଲାା ଭୋଟରଙ୍କ ଭିତରେ ସାମାଜିକ ଦୂରତା ପାଇଁ ନିକଟ ରାସ୍ତାରୁ ମତଦାନ କେନ୍ଦ୍ର ଭିତର ଯାଏ ଭୂଇଁରେ ୩ ଫୁଟ ଦୂରତାର କଳା ପଟି ଲଗାଯାଇଥିଲାା ନିର୍ବାଚନ ଅଧିକାରୀମାନେ ଧାଡି଼ରେ ଆସୁଥିବା ମାସ୍କ ପିନ୍ଧା ମତଦାତାମାନଙ୍କର ତାପମାତ୍ରା ପରୀକ୍ଷା କରିବା ସହ ସେମାନଙ୍କୁ ହାତ ସଫା କରି ମତଦାନ କେନ୍ଦ୍ର ଭିତରକୁ ଆସିବାକୁ ଅନୁମତି ଦେଉଥିଲୋ ଭିରକୁ ଗଲା ବେଳେ ଗ୍ଲୋଭ୍ସ ପିନ୍ଧି ସେମାନେ ମତ ସାବାସ୍ତ କରି ଅନ୍ୟ ପ୍ରସ୍ଥାନ ଦ୍ବାର ବାଟେ ଅନୁରୂପ ଦୂରତା ବଜାୟ ରଖି ଘରକୁ ଫେରୁଥିଲୋ
କରୋନା କଟକଣା ଭିତରେ ସରିଲା କୋରିଆ ନିର୍ବାଚନ
/sambad/media/post_attachments/wp-content/uploads/2020/04/vote.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)