ରାତିରେ ବାହାରକୁ ବାହାର ନାହିଁ : ଭାରତରେ ଥିବା ନିଜ ନାଗରିକଙ୍କୁ ସତର୍କ କଲା ଦକ୍ଷିଣ କୋରିଆ

ମୁମ୍ବାଇ: ଦକ୍ଷିଣ କୋରିଆ ଦୂତାବାସ ଗୁରୁବାର ଏକ ପରାମର୍ଶଜାରି କରି ଭାରତରେ ଥିବା ନାଗରିକମାନଙ୍କୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାତିରେ ବାହାରକୁ ନ ଯିବାକୁ ଅନୁରୋଧ କରିଛି। ଭାରତର ସବୁଠାରୁ ସୁରକ୍ଷିତ ସହର ଭାବରେ ବିବେଚନା କରାଯାଉଥିବା ମୁମ୍ବାଇର ରାସ୍ତାରେ ଜଣେ ଯୁବକ ଭାରତକୁ ଆସିଥିବା ଜଣେ କୋରିଆ ୟୁଟ୍ୟୁବରଙ୍କୁ ଅସଦାଚରଣ କରାଯିବା ପରେ ଏହି ପରାମର୍ଶ ଦିଆଯାଇଛି । ଅଭିଯୁକ୍ତ ମଧ୍ୟ ମହିଳାଙ୍କୁ ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ କୌଣସି ପ୍ରକାରେ ଏହାକୁ ପ୍ରତିରୋଧ କରିଥିଲେ, ଯେପରି ଏକ ଭାଇରାଲ ଭିଡିଓରେ ଦର୍ଶାଯାଇଛି ।

ଏହି ଘଟଣା ସଂପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପୀଡ଼ିତାଙ୍କୁ ସବୁପ୍ରକାରର ସୁରକ୍ଷା ଓ ସହାୟତା ପ୍ରଦାନ କରାଯିବ । ଯଦି ବୈଦେଶିକ ମନ୍ତ୍ରାଳୟ ତରଫରୁ କୌଣସି ସହାୟତା ଦରକାର ତାହା ମଧ୍ୟ ଦିଆଯିବ ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି । ତେବେ ଏପର୍ଯ୍ୟନ୍ତ କୋରିଆ ଦୂତାବାସ ପକ୍ଷରୁ କୌଣସି ଯୋଗାଯୋଗ କରାଯାଇନାହିଁ ବୋଲି ସେ କହିଛନ୍ତି ।

ଏହି ମାମଲାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧିତ ଖବର