ଆରୋଗ୍ୟ ପରର ଭୂତାଣୁ ସଂକ୍ରାମକ ନୁହେଁ, ଦକ୍ଷିଣ କୋରିଆ ଗବେଷକଙ୍କ ନୂଆ ଅନୁଧ୍ୟାନ

ନୂଆଦିଲ୍ଲୀ: କୌଣସି କୋଭିଡ୍–୧୯ ପୀଡି଼ତ ଉନ୍ନତ ଚିକିତ୍ସା ପାଇ ଆରୋଗ୍ୟଲାଭ କଲା ପରେ ଯଦି ନମୁନା ପରୀକ୍ଷାରୁ ପୁଣି କରୋନାଭୂତାଣୁ ପଜିଟିଭ୍ ଜଣାପଡ଼େ ତେବେ ତାଙ୍କଠାରେ ଥିବା ସେହି ଭୂତାଣୁ ସେତେ ସଂକ୍ରମଣଶୀଳ ନୁହନ୍ତି। ଅପରପକ୍ଷେ, ସଂପୃକ୍ତ ପୀଡି଼ତମାନଙ୍କ ଶରୀରରେ ଚିକିତ୍ସା ଅବସରରେ ଏକ ପ୍ରକାର ରୋଗପ୍ରତିରୋଧକ ସୃଷ୍ଟି ହୋଇଥାଏ ଯାହା କି ସେମାନଙ୍କୁ ପୁଣି କରୋନା କବଳିତ ହୋଇ ଅସୁସ୍ଥ ହେବାରୁ ରକ୍ଷା କରିଥାଏା ଘାତକ କରୋନାଭୂତାଣୁ ସମ୍ପର୍କରେ ଏଭଳି ଏକ ନୂତନ ସିଦ୍ଧାନ୍ତ ଆଣିପାରିଛନ୍ତି ଦକ୍ଷିଣ କୋରିଆର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ରର ଗବେଷକମାନୋ ମହାମାରୀ କୋଭିଡ୍–୧୯ ଦ୍ବାରା ଆକ୍ରାନ୍ତ ହୋଇ ପରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ୨୮୫ ଜଣ ରୋଗୀ(ଉତ୍ତରଜୀବୀ)ଙ୍କ ଆଚରଣ ଓ ଲକ୍ଷଣକୁ ଅନୁଧ୍ୟାନ କରି ଏହି କୋରୀୟ ଗବେଷକମାନେ ଏପରି ନିର୍ଯାସରେ ପହ‌ିପାରିଛନ୍ତିା ଚିକିତ୍ସା ପରେ କରୋନାମୁକ୍ତ ବୋଲି ନମୁନା ପରୀକ୍ଷାରୁ ଜଣାପଡି଼ବା ପରେ ସେମାନଙ୍କୁ ସଂପୂର୍ଣ୍ଣ ସୁସ୍ଥ ବୋଲି ଘୋଷଣା କରାଯାଇ ଡାକ୍ତରଖାନାମାନଙ୍କରୁ ଛଡା଼ଯାଇଥିବା ବେଳେ ପରେ ପୁଣି ସେମାନଙ୍କ ନମୁନା ପରୀକ୍ଷାରେ ସେମାନଙ୍କ ଠାରେ କରୋନାଭୂତାଣୁ ଥିବା ଜଣାପଡି଼ଥିଲାା ତେବେ ଏଥର ସେମାନଙ୍କ ଠାରେ ଦେଖାଦେଇଥିବା ସେହି ଭୂତାଣୁଗୁଡି଼କ ଆଉ ପୂର୍ବ ଭଳି ସଂକ୍ରମଣକ୍ଷମ ନୁହେଁ ବୋଲି ଜଣାଯାଇଛିା ହୁଏ ତ ସେହି ପୀଡି଼ତମାନେ ପରେ ସଂକ୍ରମଣବିହୀନ କିମ୍ବା ମୃତ ଭୂତାଣୁର ଉପାଦାନ ଛାଡି଼ଥାଇପାରନ୍ତି ବୋଲି ଗବେଷକମାନଙ୍କ ମତ। ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ପାଖାପାଖି ୩ ଲକ୍ଷ ୪୦ ହଜାର ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍–୧୯ର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି। ତେବେ ସବୁଠୁ ଶ୍ରେୟ ମନେହେଉଥିବା ସାମାଜିକ ଦୂରତା ବଜାୟ ରଖିବା ଲାଗି ବିଭିନ୍ନ ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍ ପରିସ୍ଥିତି ସଂପୃକ୍ତ ଦେଶଗୁଡି଼କର ଆର୍ଥିକ ସ୍ଥିତିକୁ ପୁନରୁଦ୍ଧାର କରିବା ଅନେକ ରାଷ୍ଟ୍ର ପାଇଁ ମୁଣ୍ତବିନ୍ଧାର କାରଣ ହୋଇ ରହିଛି। ଆଗରୁ କରୋନାଭୂତାଣୁ ଠାବ ହୋଇଥିବା ବ୍ୟକ୍ତିଙ୍କୁ ଏକାନ୍ତବାସ କିମ୍ବା ଚିକିତ୍ସା ପାଇଁ ପଠାଯାଉଥିବା ବେଳେ କରୋନା ଆକ୍ରାନ୍ତଙ୍କ ସମ୍ପର୍କିତ କୋରୀୟ ବିଶେଷଜ୍ଞମାନଙ୍କ ଏହି ନୂତନ ଧାରଣା ଏବେ କରୋନାମୁକ୍ତ ଅ‌ଳରେ ଜନଜୀବନ ସ୍ବାଭାବିକ କରାଇବା ପାଇଁ ବାଟ ଫିଟାଇବ ବୋଲି ଆଶା କରାଯାଉଛିା ଏପରିକି ଦକ୍ଷିଣ କୋରିଆର ସ୍ବାସ୍ଥ୍ୟ ବିଭାଗ ମଧ୍ୟ କୋଭିଡ୍–୧୯ରୁ ଆରୋଗ୍ୟଲାଭ କରିଥିବା ପୀଡି଼ତମାନଙ୍କୁ ଆଉ ସଂକ୍ରମଣଶୀଳ ବୋଲି ବିବେଚନା କରିବ ନାହିଁ ବୋଲି ଘୋଷଣା କରିଛିା ଫଳରେ ଏହାର ବିଧିବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଆରୋଗ୍ୟଲାଭ କରିଥିବା କରୋନା ରୋଗୀମାନଙ୍କୁ ଆଉ ଏଣିକି ନିଜ କାର୍ଯ୍ୟସ୍ଥଳ କି ଶିକ୍ଷାନୁଷ୍ଠାନ ଯିବା ଆଗରୁ କରୋନାଭୂତାଣୁହୀନ ପ୍ରମାଣପତ୍ର ଦେଖାଇବା ଜରୁରୀ ନୁହେଁ ବୋଲି କହାଯାଇଛିା

ସମ୍ବନ୍ଧିତ ଖବର