ଶାହାଜାହାନ୍ପୁର: ଦକ୍ଷିଣ କୋରିଆର ଜଣେ ଯୁବତୀ ଉତ୍ତର ପ୍ରଦେଶକୁ ଆସି ଶାହାଜାହାନପୁର ଜିଲ୍ଲା ଅନ୍ତର୍ଗତ ପୁୱାୟାଁସ୍ଥିତ ଗୁରୁଦ୍ବାର ନାନକ ବାଗ୍ରେ ଶୁକ୍ରବାର ଦିନ ତାଙ୍କର ପ୍ରେମିକାକୁ ବାହା ହୋଇଛନ୍ତି।
ଗତ ୪ ବର୍ଷ ହେବ ଦୁହେଁ ଦକ୍ଷିଣ କୋରିଆରେ ‘ଲିଭ୍-ଇନ୍’ ସାଥୀ ଭାବେ ରହୁଥିଲେ। ୨୮ ବର୍ଷିୟ ପ୍ରେମିକ ସୁଖଜିତ୍ ସିଂହ ସେତେବେଳେ ଦକ୍ଷିଣ କୋରିଆର ବୁସେନ୍ରେ ଗୋଟାଏ କଫି ଦୋକାନର ବିଲିଙ୍କ୍ କାଉଣ୍ଟର୍ରେ କାମ କରୁଥିଲେ। ସେଠାରେ ୩୦ ବର୍ଷୀୟ କିମ୍ ବୋହ୍ ନି ନାମ୍ନୀ ଏହି ଯୁବତୀଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା।
/sambad/media/post_attachments/wp-content/uploads/2023/08/ksw.jpg)
କିମ୍ ବୋହ୍ ନି’ଙ୍କ ସହିତ କଥାବାର୍ତ୍ତା କରିବା ଲାଗି ମାତ୍ର ଅଳ୍ପ କେତେ ମାସ ଭିତରେ କୋରୀୟ ଭାଷା ଶିଖି ପକାଇ ଥିଲେ। ସୁଖଜିତ୍ ସିଂହ କହିଛନ୍ତି, କିମ୍ ଓ ମୋ ଭିତରେ ଥିବା ଭାବବିନିମୟ ସମସ୍ୟା ଦୂର କରିବା ଲାଗି ମୁଁ ୨/୪ ମାସ ଭିତରେ କୋରୀୟ ଭାଷା ଶିଖିଗଲି। ପରିବାର ଲୋକଙ୍କ ସମ୍ମତିକ୍ରମେ ୪ ବର୍ଷ ଏକତ୍ର ରହିବା ପରେ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଲୁ।
ଭାରତରେ ବାସ କରିବା ଲାଗି କିମ୍ ବୋହ୍ ନି ୫ ବର୍ଷ ପାଇଁ ‘ଭିସା’ ପାଇଛନ୍ତି। ସମ୍ପ୍ରତି ସେ ମାସକ ପାଇଁ ଶାହାଜାହାନପୁର ଅନ୍ତର୍ଗତ ଉଦ୍ନା ଗ୍ରାମରେ ରହୁଥିଲେ ବି ଦକ୍ଷିଣ କୋରିଆ ଚାଲିଯିବାକୁ ସେ ଆଗ୍ରହୀ। ପରେ ଭବିଷ୍ୟତରେ ସେ ପୁଣି ଭାରତକୁ ଆସିବେ। ଏବଂ ପରିଶେଷରେ ଦୁହେଁ ଯାଇ ଦକ୍ଷିଣ କୋରିଆରେ ବାସ କରିବେ ବୋଲି ସ୍ଥିର କରିଛନ୍ତି।