ବାହା ହେବାକୁ ଅନିଚ୍ଛୁକ ଦକ୍ଷିଣ କୋରିଆ ଯୁବକଯୁବତୀ

ସିଓଲ : ଦକ୍ଷିଣ କୋରିଆରେ ଅବିବାହିତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି, ସେଥିରୁ ମନେହେଉଛି, ୨୦୫୦ ସୁଦ୍ଧା ପ୍ରତି ୫ ଜଣରେ ୨ ଜଣ ଅବିବାହିତ ଥିବେ। ଏହାଫଳରେ ଦେଶରେ ପ୍ରଜନନ ହାର ବିଶ୍ବରେ ସର୍ବନିମ୍ନ ସ୍ତରରେ ପହଞ୍ଚିଲାଣି।

୨୦୨୧ରେ ଦକ୍ଷିଣ କୋରିଆରେ ଏକାକୀ ବାସ କରୁଥିବା ଲୋକଙ୍କ ସଂଖ୍ୟା ଥିଲା ପ୍ରାୟ ୭.୨ ନିୟୁତ ବା ମୋଟ ଗୃହସ୍ଥଙ୍କ ସଂଖ୍ୟାର ଏକତୃତୀୟାଂଶ। ୨୦୨୦ରେ ଏହା ୧୫.୫ ପ୍ରତିଶତ ଥିବା ବେଳେ ୨୦୫୦ ବେଳକୁ ପ୍ରାୟ ୪୦ ପ୍ରତିଶତ ଛୁଇଁବା ଆଶଙ୍କା କରାଯାଉଛି।
ଦକ୍ଷିଣ କୋରିଆରେ ବର୍ତ୍ତମାନ ଏକାକୀ ଗୃହସ୍ଥଙ୍କ ସଂଖ୍ୟା ଇଂଲଣ୍ଡ ସହ ପ୍ରାୟ ସମାନ କିନ୍ତୁ ଜାପାନ ଓ ଜର୍ମାନୀର ବହୁତ ତଳେ।

ଅବିବାହିତଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଅର୍ଥ ଓ ରୋଜଗାରର ଅଭାବ ଏବଂ ଚାକିରି କ୍ଷେତ୍ରରେ ସୁରକ୍ଷା ନ ଥିବାରୁ ବିବାହ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୨ ପ୍ରତିଶତଙ୍କ ମତ ହେଲା ସେମାନେ ପିଲାଛୁଆ ଜନ୍ମ କରି ବର୍ଦ୍ଧିତ ପରିବାରର ବୋଝ ମୁଣ୍ଡାଇବାକୁ ଚାହୁନାହାନ୍ତି। ପ୍ରାୟ ୨୫ ପ୍ରତିଶତ କହିଛନ୍ତି ଯେ ସେମାନେ ଉପଯୁକ୍ତ ଜୀବନସାଥୀ ପାଇଲେ ନାହିଁ କିମ୍ବା ବିବାହର ଆବଶ୍ୟକତା ଅନୁଭବ କରିନାହାନ୍ତି। ଅବିବାହିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦେଶର ବୃଦ୍ଧବୃଦ୍ଧାମାନଙ୍କ ସେବାଯତ୍ନ କରିବା ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର