ନୂଆଦିଲ୍ଲୀ: କେରଳ ଆକାଶକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ କରିଥିବା କଥା ଆଜି ପାଣିପାଗ ବିଭାଗ ସୁନିଶ୍ଚିତ କରିଛି। ଟୁଇଟ୍ କରି ଭାରତୀୟ ପାଣିପାଗ ବିଭାଗ କହିଛି, କେରଳର ଦକ୍ଷିଣାଞ୍ଚଳରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଛି। ସବିଶେଷ ବିବରଣୀ ଅବିଳମ୍ବେ ପ୍ରେସ୍ ରିଲିଜ୍ରେ ଜାରି କରାଯିବ।
Image Courtesy of India TVSOUTHWEST MONSOON HAS SET IN OVER SOUTHERN PARTS OF KERALA TODAY, THE 03RD JUNE, 2021. DETAILS IN THE PRESS RELEASE TO BE ISSUED SOON@rajeevan61
— India Meteorological Department (@Indiametdept) June 3, 2021
ସୂଚନାଯୋଗ୍ୟ, କେରଳକୁ ମୌସୁମୀ ପ୍ରବାହ ଆଗମନ ହେଉଛି ସମଗ୍ର ଦେଶରେ ୪ ମାସ ଧରି ବର୍ଷାଋତୁର ଆରମ୍ଭ। ସାଧାରଣତଃ ଜୁନ୍ ୧ ତାରିଖ ଦିନ କେରଳକୁ ମୌସୁମୀ ବାୟୁ ଆଗମନ ହୋଇଥାଏ। କିନ୍ତୁ, ଏଥର ଦୁଇ ଦିନ ବିଳମ୍ବ ଘଟିଛି।
ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, କେରଳର ଦକ୍ଷିଣ ପ୍ରାନ୍ତରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Monsoon-Reached-Kerala_Thumbnail.jpg)