୩ ଦିନ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମସ୍ତ କଳ୍ପନା ଓ ଅନୁମାନକୁ ପଛକୁ ଠେଲି କେରଳ ଛୁଇଁଛି। ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ବା ଆକଳନ କରଯାଇଥିବା ତାରିଖର ୩ ଦିନ ପୂର୍ବରୁ ଆସି କେରଳରେ ପହଞ୍ଚିଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଉ କେରଳ ଛୁଇଁବା ସହିତ ଭାରତରେ ବର୍ଷାଦିନିଆ ଚର୍ତୁମାସ ଆରମ୍ଭ ହୋଇଯାଇଛି।

ସୂଚନାଯୋଗ୍ୟ ଯେ ଜୁନ୍‌ ୧ ତାରିଖ ହେଉଛି କେରଳରେ ମୌସୁମୀ ବାୟୁ ପହଞ୍ଚିବାର ଧାର୍ଯ୍ୟ ତାରିଖ । କେରଳରେ ଜୁନ୍‌ ୧ ତାରିଖରେ ପହଞ୍ଚିବା ପରେ ଦେଢ଼ମାସ ମଧ୍ୟରେ ମୌସୁମୀ ବାୟୁ ସମଗ୍ର ଭାରତବର୍ଷକୁ ଛୁଇଁବା ସହିତ ସାଙ୍ଗରେ ଆଣିଥିବା ବର୍ଷାକୁ ଅଜାଡ଼ି ଦେଇଥାଏ। ତେବେ ଏଥର ଦେଶରେ ମୌସୁମୀ ବାୟୁଜନିତ ବର୍ଷା ସ୍ୱାଭାବିକ ହେବ ବୋଲି ପୂର୍ବରୁ ଅନୁମାନ କରିଛି ପାଣିପାଗ ବିଭାଗ। ସେହପରି ଭାରତୀୟ ପାଣିପାଗ ବିଭାଗର ବିରୋଧୀଭାବେ କୁହାଯାଉଥିବା ସ୍କାଏମେଟ ନାମକ ଏକ ଘରୋଇ ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା କହିଥିଲା ସୋମବାର ପରେ ମୌସୁମୀ କେରଳ ଛୁଇବଁ ବୋଲି। ତେବେ ମୌସମୀ ବାୟୁ ଓ ବର୍ଷା କେରଳ ପହଞ୍ଚିଥିବା ନେଇ ସମସ୍ତ ମାପଦଣ୍ଡ ପୂରଣ ହୋଇଥିବାରୁ କେରଳକୁ ମୌସୁମୀ ଛୁଇଁଛି ବୋଲିି ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର