ଉତ୍ତର ବଙ୍ଗ ଏବଂ ସିକିମର ପ୍ରମୁଖ ଭାଗରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଉତ୍ତର ବଙ୍ଗ, ସିକିମ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗର ପ୍ରମୁଖ ଭାଗରେ ଦକ୍ଷଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଆରମ୍ଭ ହୋଇଛି। ଫଳରେ କୋଲକାତା ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି।

ଜୁନ୍‌ ମାସରେ ପ୍ରଥମ ଦଶ ଦିନ ମଧ୍ୟରେ କୋଲ୍‌କାତାରେ ୧୦୦ ମିଲିମିଟର୍‌ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏହି ରେକର୍ଡରେ ଆନୁଷ୍ଠାନିକ ମୌସୁମୀ ବାୟୁ ପ୍ରବାହ ପୂର୍ବର ବୃଷ୍ଟିପାତକୁ ସାମିଲ କରାଯାଇଛି। ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ କହିଥିଲା ଯେ, ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ଆରବସାଗର ଏବଂ ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର ବାକି ଅଂଶ, ପଶ୍ଚିମକେନ୍ଦ୍ରୀୟ ଏବଂ ଉତ୍ତର ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ସିକିମ ଏବଂ ଓଡ଼ିଶାର ଆହୁରି ଅଧିକ ଅଞ୍ଚଳ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗକୁ ମୌସୁମୀ ବାୟୁ ପ୍ରବାହ ନିମନ୍ତେ ପାଗ ଅନୁକୂଳ ରହିଛି।

Image Courtesy of Business Today

ଗୁରୁବାର ଦିନ ମୌସୁମୀବାୟୁ ମହାରାଷ୍ଟ୍ରର ଉତ୍ତର ଭାଗରେ ମଧ୍ୟ ପ୍ରବେଶ କରିଛି। ପାଣିପାଗ ବିଭାଗ କହିବା ଅନୁସାରେ, ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ମହାରାଷ୍ଟ୍ରର ଉତ୍ତର ଭାଗ ଓ ତାମିଲନାଡୁରେ ପ୍ରବେଶ କରିବ।

ପୂର୍ବ କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟ ଲଘୁଚାପଟି ଏବେ ମଧ୍ୟ ସ୍ଥିର ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ୱେଲ୍ ମାର୍କ ହେବ।

ସମ୍ବନ୍ଧିତ ଖବର