ଆକାଶରେ ଜଳିଗଲା ଋଷୀୟ ମହାକାଶ ଯାନ ସୋୟୁଜ, ଅଳ୍ପକେ ବର୍ତ୍ତିଲେ ଦୁଇଜଣ ମହାକାଶଚାରୀ

ମସ୍କୋ : ଦୁଇଜଣ ମହାକାଶଚାରୀ ଥିବା ଋଷିଆର ଏକ ସୋୟୁଜ ମହାକାଶଯାନ ରେ ଆଜି ଏକ ବଡ଼ ଧରଣରର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ମଝି ଆକାଶରେ ହଠାତ୍‌ ଏହି ରକେଟର ଇଂଜିନ ଖରାପ ହୋଇଯିବାରୁ ଇଂଜିନରେ ନିଆଁ ଲାଗିଯାଇଥିଲା ।
ଏହି ମହାକାଶଯାନକୁ ଆଜି କାଜାକସ୍ଥାନସ୍ଥିତ ବୈକାନୁର କସମୋଡ୍ରୋମ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ଏହି ରକେଟର ବୁଷ୍ଟର ( ସବୁଠାରୁ ଉପର ଅଂଶ)ରେ ଦୁଇଜଣ ମହାକାଶଚାରୀ (ଜଣେ ଋଷୀୟ ଓ ଜଣେ ଆମେରିକୀୟ) ଥିଲେ । ଋଷୀୟ ମହାକାଶଚାରୀଙ୍କ ନାଁ ହେଉଛି ଆଲେକ୍ସି ଓଭଚିନିନ ଓ ଆମେରିକୀୟ ଜଣକ ହେଲେ ନାସାରେ କାମ କରୁଥିବା ନିକ୍‌ ହଗ୍‌ ।

ତେବେ ଠିକ ସମୟରେ ଜରୁରୀକାଳୀନ ବ୍ୟବସ୍ଥାର ଉପଯୋଗ କରି ସେମାନେ ରକେଟଟି ସଂପୂର୍ଣ୍ଣ ଜଳିଯିବା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିବାଲେ ସଫଳ ହୋଇଛନ୍ତି । ସର୍ବଶେଷ ଖବର ଅନୁସାରେ ସେମାନେ ସୁରକ୍ଷିତ ଭାବେ ଲାଣ୍ଡିଂ କରିଛନ୍ତି ।

ସମ୍ବନ୍ଧିତ ଖବର