ୱାସିଂଟନ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍) ଅଭିମୁଖେ ଯାତ୍ରା କରୁଥିବା ଏକ ସୋୟୁଜ ରକେଟ୍ର ଇଂଜିନ ଆଜି ଅଚାନକ ଖରାପ ହୋଇଯିବାରୁ ଏହାର ଜରୁରୀ ଅବତରଣ କରାଯାଇଥିଲା। ଅତ୍ୟନ୍ତ ବିପଜ୍ଜନକ ଭାବେ ଏହାର ଅବତରଣ ହୋଇଥିଲେ ମଧ୍ୟ ଏଥିରେ ଥିବା ରୁଷ୍ ଏବଂ ଆମେରିକାର ୨ ଜଣ ମହାକାଶଚାରୀ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ରକେଟ୍ ଇଂଜିନରେ ତ୍ରୁଟି ଜଣାପଡ଼ିବା ମାତ୍ରେ ଜରୁରୀ ଜୀବନ ରକ୍ଷାକାରୀ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ଏବଂ ରକେଟ୍କୁ କଜାଖ୍ସ୍ତାନରେ ଅବତରଣ କରାଯାଇଥିଲା। ନାସାର ସଦସ୍ୟ ନିକ୍ ହେଗ୍ ଏବଂ ରୁଷ୍ ମହାକାଶ ଗବେଷଣା ସଂସ୍ଥାର ଏଲେକ୍ସି ଓବ୍୍ଚିନିନ କଜାଖସ୍ତାନରେ ସୁରକ୍ଷିତ ଭାବେ ରକେଟ୍ରୁ ବାହାରିଥିବା ଜଣାପଡ଼ିଛି। ହୁଷ୍ଟନରୁ ଏହି ରକେଟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ଆଜି ଯାତ୍ରା ଆରମ୍ଭ କରିଥିଲା ଏବଂ ପ୍ରକ୍ଷେପଣର କିଛି ସେକେଣ୍ଡ ପରେ ଏଥିରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଆମେରିକାରୁ ନାସାର ଏକ ସ୍ବତନ୍ତ୍ର ଟିମ୍ ତୁରନ୍ତ କଜାଖସ୍ତାନ ଯାତ୍ରା କରିଛନ୍ତି ଏବଂ ରୁଷ୍ ସହ ମିଳିତ ଭାେବ ଉକ୍ତ ରକେଟ୍ର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ମହାକାଶକୁ ରକେଟ୍ ଉତ୍କ୍ଷେପଣ ବେଳେ ଏଭଳି ଘଟଣା ପ୍ରଥମ ବୋଲି ଜଣାପଡ଼ିଛି।
ବର୍ତ୍ତିଗଲେ ଆମେରିକା ଓ ରୁଷ୍ର ୨ ମହାକାଶଚାରୀ
ସୋୟୁଜ ରକେଟ୍ର ଜରୁରୀ ଅବତରଣ
/sambad/media/post_attachments/wp-content/uploads/2018/10/merlin_145147965_f2484d65-316f-452a-afcb-83c4fa701d2b-jumbo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)