ମୁମ୍ବାଇ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଏନ୍ସିପି ପୂର୍ଣ୍ଣ ସମର୍ଥନ କରିବ ବୋଲି ଆଜିର ଦଳର ସୁପ୍ରିମୋ ଶରଦ ପାୱାର କହିଛନ୍ତି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କଂଗ୍ରେସକୁ କ୍ଷମତାଚ୍ୟୁତ କରିବା ପାଇଁ ରାହୁଲଙ୍କ ରଣନୀତି ସଫଳ ହୋଇଛି ଏବଂ ତାଙ୍କର ନେତୃତ୍ବକୁ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟିକୁ ସ୍ବୀକାର କରିବାକୁ ହେବ ବୋଲି ସେ କହିଛନ୍ତି। ମୋଦୀ ସରକାର ବିରୋଧରେ ଏବେ ଯେଉଁ ଜନଅସନ୍ତୋଷ ପ୍ରତିଫଳିତ ହେଉଛି, ତାହା ଲୋକସଭା ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିବ ଏବଂ ବିରୋଧୀ ଦଳଗୁଡ଼ିକ ଏକଜୁଟ ହେଲେ ହିଁ କେନ୍ଦ୍ରରୁ ମୋଦୀଙ୍କୁ ହଟାଇ ହେବ ବୋଲି ସେ କହିଛନ୍ତି। ସରକାରଙ୍କ ଜନବିରୋଧୀ ନୀତି ବିଶେଷକରି କୃଷକଙ୍କୁ ଉପେକ୍ଷା ମୋଦୀ ସରକାରର ପତନ ଘଟାଇବ ଏବଂ ଏଥିପାଇଁ ସମସ୍ତ ବିରୋଧୀ ଦଳ ମିଳିତ ରଣନୀତିରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ରାହୁଲଙ୍କ ନେତୃତ୍ବକୁ ଏସ୍ପି, ବିଏସ୍ପି ଗ୍ରହଣ କରନ୍ତୁ: ପାୱାର
/sambad/media/post_attachments/wp-content/uploads/2018/12/rahul-gandhi-congress-pti_625x300_28_November_18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)