ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଏସପି-ବିଏସପି ମଧ୍ୟରେ ଆସନ ବୁଝାମଣା

ସମାଜବାଦୀ ପାର୍ଟି ୩୭ଟି ଓ ବହୁଜନ ସମାଜପାର୍ଟି ୩୮ଟି ଲୋକସଭା ଆସନରେ ଲଢିବା ନେଇ ନିଷ୍ପତ୍ତି ଚୁଡାନ୍ତ, କଂଗ୍ରେସ ପାଇଁ ଛାଡିଲେ ୨ଟି ଆସନ

ଲକ୍ଷ୍ନୌ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନରେ କ’ଣ ରହିବ ରଣନୀତି, ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ମାତ୍ ଦେବା ପାଇଁ ଉତ୍ତରପ୍ରଦେଶରେ ରାଜନୈତିକ ଗୋଟିଚାଳନା କରିଛନ୍ତି ଏସପି, ବିଏସପି ମେଣ୍ଟ । ଉତ୍ତରପ୍ରଦେଶରେ କିଏ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ସେନେଇ ଉଭୟ ଦଳ ମଧ୍ୟରେ ଆଜି ଆସନ ବୁଝାମଣା ହୋଇଛି ।

ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୩୭ଟି ଲୋକସଭା ଆସନରେ ଲଢିବା ନେଇ ନିଷ୍ପତ୍ତି ଚୁଡାନ୍ତ ହୋଇଛି । ସେହିପରି ମାୟାବତୀଙ୍କ ବହୁଜନ ସମାଜପାର୍ଟି ଭାଗରେ ପଡିଛି ୩୮ଟି ଲୋକସଭା ଆସନ । ତେବେ ଉତ୍ତରପ୍ରଦେଶରେ କଂଗ୍ରେସ ପାଇଁ ଦୁଇଟି ଆସନ ଛାଡିଛନ୍ତି ଏସପି-ବିଏସପି ମେଣ୍ଟ । ଆମେଥି ଓ ରାୟବରେଲି ଆସନ ପାଇଁ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଦିଆଯିବ ନାହିଁ । ଉଭୟ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ହୋଇଛି। ପଶ୍ଚିମ ଉତ୍ତରପ୍ରେଦଶରେ ବହୁଜନ ସମାଜପାର୍ଟି ଅଧିକ ଲୋକସଭା ଆସନରେ ନିର୍ବାଚନ ଲଢିବା ନେଇ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର