ସପା-ବସପା ମେଣ୍ଟର ଭିତ୍ତିଭୂମି ଯେଉଁଠି ପଡ଼ିଥିଲା, ତାହା ଭୁଷୁଡ଼ି ପଡ଼ିଲା!

ଲକ୍ଷ୍ନୌ: ଯେଉଁଠାରୁ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟାରେ ସପା-ବସପା ମେଣ୍ଟ ନିଅଁ ପଡ଼ିଥିଲା,ସେହିଠାରେ ଏଥର ମେଣ୍ଟ ଭୁଷୁଡ଼ି ଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁର, ଉପମୁଖ୍ୟ ମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଫୁଲପୁର ଓ କୈରାନା ଲୋକସଭା ଆସନରେ ପ୍ରଥମେ ସପା-ବସପା ମେଣ୍ଟ କରି ଉପ ନିର୍ବାଚନରେ ବିଜେପିକୁ ହରାଇଥିଲେ। ଏହାପରେ ଦୁଇ ଦଳ ବିଧିବଦ୍ଧ ଭାବେ ମେଣ୍ଟର ଘୋଷଣା କରିଥିଲେ।

photo-amarujala

ଏଥର ଲୋକସଭା ନିର୍ବାଚନରେ କିନ୍ତୁ ସପା-ବସପା ମେଣ୍ଟର ପ୍ରାର୍ଥୀମାନେ ଉପରୋକ୍ତ ତିନି ଆସନରେ ପରାଜିତ ହୋଇଛନ୍ତି। ଖାଲି ସେତିକି ନୁହେଁ ଗତ ଉପ ନିର୍ବାଚନ ତୁଳନାରେ ଚଳିତ ସାଧାରଣ ନିର୍ବାଚନରେ ସେମାନଙ୍କୁ କମ୍‌ ପ୍ରତିଶତ ଭୋଟ୍‌ ମିଳିଛି। ଗୋରଖପୁରରୁ ବିଜେପି ପ୍ରାର୍ଥୀ ତଥା ଖାତ୍ୟାନାମା ଅଭିନେତା ରବି କିଶନ୍‌ ୬୦ ପ୍ରତିଶତରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ଠିକ୍‌ ସେହିପରି ଫୁଲପୁରରେ ବିଜେପିର କେଶରୀ ଦେବୀ ପଟେଲ୍‌ ୫୫ ପ୍ରତିଶତ ଭୋଟ୍‌ ପାଇ ବିଜୟ ଲାଭ କରିଛନ୍ତି। ଅନ୍ୟ ପକ୍ଷରେ କୈରାନା ଆସନରୁ ପ୍ରଦୀପ କୁମାର ୫୦ ପ୍ରତିଶତରୁ ଅଧିକ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର