୨୦୧୪ରେ ‘ଚା’ବାଲା’କୁ କରିଥିଲୁ ଏବେ ‘ଚୌକିଦାର’କୁ ଭରସା କରିବାକୁ କୁହାଯାଉଛି, ସବୁ ଚୌକିଦାରଙ୍କ ଚୌକି ଛଡ଼ାଇ ନେବୁ : ଅଖିଳେଶ ଯାଦବ

ଦେଓବନ୍ଦ : ସମାଜବାଦୀ ପାର୍ଟିର ମୁଖ୍ୟ ଆଖିଳେଶ ଯାଦବ ଏବେ ବିଜେପି ଏବଂ ବିଜେପିର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷପ କରି ନିଜର ବୟାନ ରଖିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ମହାଗଠବନ୍ଧନ ଉତ୍ତରପ୍ରଦେଶରୁ ସବୁ ଚୌକିଦାରଙ୍କୁ ହଟାଇ ଦେବ । ଲୋକସଭା ନିର୍ବାଚନ ପରେ ଦେଶକୁ ଏକ ନୂଆ ପ୍ରଧାନମନ୍ତ୍ରୀ ମିଳିବ ବୋଲି ଦେଓବନ୍ଦରେ ଆୟୋଜିତ କରାଯାଇଥିବା ଏକ ରାଲିରେ କହିଥିଲେ ଅଖିଳେଶ ଯାଦବ । ରବିବାର ଦେଓବନ୍ଦରେ ସପା-ବସପା ଏବଂ ଆର୍‌ଏଲ୍‌ଡିର ଗଠବନ୍ଧନର ରାଲି ଥିବା ବେଳେ, ସେଠାରେ ଯୋଗ ଦେଇ ବିଜେପି ବିରୋଧରେ କହିଥିଲେ ଅଖିଳେଶ ଯାଦବ ।

Dainik Bhaskar

ଉପସ୍ଥିତ ଥିବା ଜନତାଙ୍କୁ ସମ୍ବୋଧନ କରି, ୨୦୧୪ରେ ଆମେ ଏକ ଚା’ବାଲାକୁ ଭରସା କରିଥିଲେ । ଆଉ ଏବେ ଆମକୁ ଏକ ଚୌକିଦାର ଉପରେ ଭରସା କରିବାକୁ କୁହାଯାଉଛି । ଆମେ ପ୍ରତିଶ୍ରୁତି ଦେଉଛି କି, ସମସ୍ତ ଚୌକିଦାରଙ୍କୁ ସେମାନଙ୍କ ଚୌକିରୁ ହଟାଇ ଦେବୁ । ଏହି ନିର୍ବାଚନ ଦେଶରେ ଏକ ବଡ଼ ପରିବର୍ତ୍ତନ ଆଣିବ । ଯାହାଦ୍ୱାରା ଦେଶରେ ପରିବର୍ତ୍ତନ ଆସିବା ସହ ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବ । କଂଗ୍ରେସ ଏବଂ ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଦୁହେଁ ଭଲ ଭାବରେ ମିଛ କହି ଜାଣନ୍ତି । ବିଜେପିକୁ ନବରାତ୍ରୀରେ ସଂକଳ୍ପ ନେବା ଦରକାର କି, ସେ ମିଛ କହିବ ନାହିଁ । ବିଜେପି ଶାସନ ପାଇଁ ଆଜି ଆମ ଦେଶ ପଛରେ । ବିଜେପି ନିଜର ଲାଭ ପାଇଁ ଦେଶର ଲୋକମାନଙ୍କୁ ଭାଗ ଭାଗ କରିବାରେ ଲାଗି ପଡ଼ିଛି ବୋଲି କହିଥିଲେ ଅଖିଲେଶ ।

ସମ୍ବନ୍ଧିତ ଖବର