ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ଦଳଗୁଡ଼ିକର ମେଣ୍ଟ ମହାବିକାଶ ଆଘାଡି (ଏମଭିଏ) ସହ ଇଣ୍ଡିଆ ମେଣ୍ଟର ଆସନ ବଣ୍ଟନକୁ ନେଇ ଏବେ ବି ବିବାଦ ଲାଗି ରହିଛି ।

Advertisment

ଗୋଟିଏ ପଟେ ଏମଭିଏରେ କଂଗ୍ରେସ, ଶିବସେନା ଏବଂ ଏନସିପି (ଅଜିତ ପାୱାର)ଙ୍କ ମଧ୍ୟରେ ଆସନ ବଣ୍ଟନକୁ ନେଇ ଆପାତତଃ ସହମତି ହୋଇଥିବା ବେଳେ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ସମାଜବାଦୀ ପାର୍ଟି ମଧ୍ୟ ଆସନ ଦାବିକୁ ନେଇ ନିଜର ଆଭିମୁଖ୍ୟକୁ ତୀବ୍ର କରିଛି । ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ୟୁନିଟ୍ ସଭାପତି ତଥା ବିଧାୟକ ଅବୁ ଅସୀମ ଆଜମୀ ଆଜି ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ଦଳକୁ ୫ଟି ଆସନ ନ ଦିଆଯାଏ ତେବେ ଦଳ ୨୫ଟି ଆସନରେ ଲଢ଼ିବ।

ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ସମାଜବାଦୀ ପାର୍ଟି ମଧ୍ୟ ଆସନ ଦାବିକୁ ନେଇ ନିଜର ଆଭିମୁଖ୍ୟକୁ ତୀବ୍ର କରିଛି । ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ୟୁନିଟ୍ ସଭାପତି ତଥା ବିଧାୟକ ଅବୁ ଅସୀମ ଆଜମୀ ଆଜି ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କ ଦଳକୁ ୫ଟି ଆସନ ନ ଦିଆଯାଏ ତେବେ ଦଳ ୨୫ଟି ଆସନରେ ଲଢ଼ିବ।

ମହାରାଷ୍ଟ୍ରର ମହାବିକାଶ ଆଘାଡି ସହ କଂଗ୍ରେସ, ଶିବସେନା ଓ ଅଜିତ ପାୱାରଙ୍କ ଏନସିପିର ମେଣ୍ଟ ରହିଛି। ଏହି ତିନି ଦଳଙ୍କ ମଧ୍ୟରେ ୮୫ ଲେଖାଏଁ ଆସନ ବଣ୍ଟନ ହୋଇସାରିଛି । ମହାରାଷ୍ଟ୍ରରେ ମୋଟ ୨୮୮ଟି ଆସନ ଥିବାବେଳେ ଅବଶିଷ୍ଟ   ୩୩ଟି ଆସନ ସଂପର୍କରେ ନିଷ୍ପତ୍ତି ହୋଇନାହିଁ । ତେବେ ଏହି ଦଳମାନଙ୍କ ବ୍ୟତୀତ ଜାତୀୟ ସ୍ତରରେ ବିରୋଧୀ ଦଳଗୁଡ଼ିକର ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ସମାଜବାଦୀ ପାର୍ଟି ପରି କେତେକ ଦଳ ଅଛନ୍ତି। ସମାଜବାଦୀ ପାର୍ଟି ମହାରାଷ୍ଟ୍ରରେ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଚାହୁଁଛି ଏବଂ ଆସନ ଦାବି କରି ଆସୁଛି। ଏ ନେଇ ସପା ମୁଖ୍ୟ ଅଖିଳେଶ ବି ବୟାନ ଦେଇସାରିଛନ୍ତି ।