ପାଟନା: ଯୁବତୀଙ୍କ ସହ ୫ ମିନିଟରେ ଆଲୋଚନା ଆଉ ଏହା ପରେ କନେଷ୍ଟବଳଙ୍କ ସହ ବିବାହ | କିଛି ଏଭଳି କରି ଏବେ ଚର୍ଚ୍ଚା ସାଉଣ୍ଟିଛନ୍ତି ବିହାରର ବାଙ୍କା ଏସପି | ମିଳିଥିବା ସୂଚନା ମୁତାବକ ଶନିବାର ଦିନ ବିହାରର ବାଙ୍କାରେ ହୋଇଥିବା ଏକ ବିବାହକୁ ନେଇ ଜୋରଦାର ଆଲୋଚନା ହେଉଛି | ବାଙ୍କା କୋର୍ଟ କମ୍ପ୍ଲେକ୍ସରେ ଅବସ୍ଥିତ ମନ୍ଦିରରେ ଜଣେ କନେଷ୍ଟବଳଙ୍କ ସହ ତାଙ୍କ ପ୍ରେମିକାଙ୍କ ବିବାହ ହୋଇଥିଲା । ଏହି ବିବାହ ପାଇଁ ଶୁଭ ଲଗ୍ନ ଦେଖାଯାଇନଥିଲା କିମ୍ବା କେହି ବରଯାତ୍ରୀ ଆସିନଥିଲେ |
ବରଂ କିଛି ପୁଲିସ କର୍ମୀ ଓ ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ହୋଇଥିଲା | ବାସ୍ତବରେ ଏସପି ଡକ୍ଟର ସତ୍ୟପ୍ରକାଶଙ୍କ ନିର୍ଦ୍ଦେଶ ପରେ ଏହି ବିବାହ କରାଯାଇଥିଲା | ବିହାର ଭାଗଲପୁର ଜିଲ୍ଲାର ସୁଲତାନଗଞ୍ଜର ମିଥିଲେଶ ପାଶୱାନ କନେଷ୍ଟବଳ ଭାବେ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବାବେଳେ ମୁଙ୍ଗର ଜିଲ୍ଲାର କାଲା ରାମପୁରର କରିସ୍ମା କୁମାରୀଙ୍କ ମଧ୍ୟରେ ପ୍ରାୟ ୬ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିଥିଲା। ଏହି ସମୟରେ ମିଥିଲେଶ ହଠାତ୍ ବିବାହ କରିବାକୁ ମନା କରିଦେଇଥିଲେ।
एसपी साहब के आदेश पर शादी...! मामला बांका का है. यहां सिपाही प्रेमी ने धोखा दिया तो प्रेमिका एसपी साहब के पास पहुंच गई, फिर दोनों की मंदिर में बिना मुहूर्त देखे तुरंत शादी कराई गई. बांका से कुमुद रंजन राव की रिपोर्ट. Edited by @row_abhishekpic.twitter.com/DZMNgyc3eq
— Prakash Kumar (@kumarprakash4u) June 25, 2022
ଆଉ ଏହାକୁ ନେଇ ଯୁବତୀ ଜଣକ ପ୍ରେମିକଙ୍କ ନାମରେ ଅଭିଯୋଗ କରିବାକୁ କରିସ୍ମା କୁମାରୀ ଏସପି ଡକ୍ଟର ସତ୍ୟପ୍ରକାଶଙ୍କ ନିକଟରେ ପହଞ୍ଚିଥିଲେ। ପୁରା ଘଟଣା ଜାଣିବା ପରେ ଏସପି ତୁରନ୍ତ କନଷ୍ଟେବଳଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଡାକି ବିବାହ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ | ଏସପିଙ୍କ ନିର୍ଦ୍ଦେଶ ପରେ ଉଭୟଙ୍କୁ ବାଙ୍କା କୋର୍ଟ କମ୍ପ୍ଲେକ୍ସରେ ଥିବା ମନ୍ଦିରକୁ ନେଇ ବିବାହ କରାଯାଇଥିଲା। ତେବେ ଯୁବତୀଙ୍କ ସହ ମାତ୍ର ୫ ମିନିଟ ଆଲୋଚନା ପରେ ଏସପି ନେଇଥିବା ଏଭଳି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରୁଛନ୍ତି |