ଅଖିଳେଶ ଚାହିଁଲେ ୧୫ ଦିନ ମଧ୍ୟରେ ଭାଙ୍ଗିଯିବ ଯୋଗୀ ସରକାର: ସପା ନେତା

ଲଖନଉ: ସପା(ସମାଜବାଦୀ ପାର୍ଟି) ଅଧ୍ୟକ୍ଷ ଅଖିଳେଶ ଯାଦବ ଚାହିଁଲେ ୧୫ ଦିନ ମଧ୍ୟରେ ଯୋଗୀ ସରକାର ଭାଙ୍ଗିଯିବ | କାରଣ ଯୋଗୀଙ୍କୁ ନେଇ ୧୫୦ ଜଣ ବିଧାୟକ ନାରାଜ ଅଛନ୍ତି | ସମାଜବାଦୀ ପାର୍ଟିର ନେତା ତଥା ଅଖିଳେଶ ଯାଦବ ସରକାରରେ ମନ୍ତ୍ରୀ ଥିବା ନାରଦ ରାୟ କିଛି ଏଭଳି କହିଛନ୍ତି | ପୂର୍ବତନ ମନ୍ତ୍ରୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି | ଆଉ ବୟାନ ଦେଇଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ନାରଦ ରାୟ କହିଛନ୍ତି, “ଯେଉଁ ଦିନ ଅଖିଳେଶ ଯାଦବ ମନ ସ୍ଥିର କରିନେବେ, ସେହିଦିନଠାରୁ ସରକାର ୧୫ ଦିନ ମଧ୍ୟରେ ଭାଙ୍ଗିଯିବ । ବିଜେପିର ପ୍ରାୟ ୧୫୦ ଜଣ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି।

ଯୋଗୀଙ୍କୁ ନେଇ ଏହି ବିଧାୟକମାନେ ଅସନ୍ତୁଷ୍ଟ ଅଛନ୍ତି | ଆପଣ ବ୍ରଜେଶ ପାଠକଙ୍କ ଚେହେରା ଦେଖିଥିବେ। ବ୍ରଜେଶ ପାଠକ ନିତିନ ଗଡକରୀଙ୍କ ସହ ଏକ ବୈଠକ କରିଥିବାରୁ ତାଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଛି। ଯେତେବେଳେ ନାରଦଙ୍କୁ ପଚରାଗଲା ଯେ ମହାରାଷ୍ଟ୍ରର ପରିସ୍ଥିତି ଏଠାରେ ଘଟିବ କି? ଏହାକୁ ନେଇ ପୂର୍ବତନ ମନ୍ତ୍ରୀ କହିଛନ୍ତି, “ଆମେ ଏଠାରେ ମହାରାଷ୍ଟ୍ର ଏବଂ ବିହାରର ସ୍ଥିତି ଘଟିବ ବୋଲି କହିବୁ ନାହିଁ। ନାରଦ ରାୟ ଦାବି କରିଛନ୍ତି, ଯୋଗୀ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ ବିଜେପିର କେହି ତାଙ୍କୁ ପସନ୍ଦ କରନ୍ତି ନାହିଁ।

ପଛୁଆ ସମ୍ପ୍ରଦାୟର ନେତା ବ୍ରଜେଶ ପାଠକ, ଜିତନ୍ ପ୍ରସାଦ ଏବଂ ସ୍ଵତନ୍ତ ଦେବ ସିଂଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସେ କହିଛନ୍ତି, “ଯେତେବେଳେ ସରକାର ଏହିପରି ଚାଲେ, ସେତେବେଳେ ଏହି ସରକାରକୁ ହଟାଇବାକୁ ଅଧିକ ସମୟ ଲାଗିବ ନାହିଁ। କେବଳ ଅଖିଳେଶ ଯାଦବଙ୍କୁ ତାଙ୍କ ନିଷ୍ପତ୍ତି ନେବାକୁ ପଡିବ।”

ସମ୍ବନ୍ଧିତ ଖବର