ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ଜଣେ ନେତା ଟିକଟ ପାଇବାରୁ ବଞ୍ଚିତ ହେବାପରେ ଲକ୍ଷ୍ନୌ ସ୍ଥିତ ଦଳର ମୁଖ୍ୟ କାର୍ଯାଳୟ ସମ୍ମୁଖରେ ଆଜି ପେଟ୍ରୋଲ ଢାଳି ଆତ୍ମଦାହ ଉଦ୍ୟମ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଆଲିଗଡ଼ର ଆଦିତ୍ୟ ଠାକୁର ଜଣେ ସପା ନେତା। ସେ ଆଲିଗଡ଼ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଥିଲେ। ତେବେ ଦଳ ତାଙ୍କୁ ଏହି ଆସନରୁ ଟିକଟ ଦେବାପାଇଁ ମନା କରିଦେବା ପରେ ସେ ସପା କାର୍ଯ୍ୟାଳୟ ସମ୍ମୁଖରେ ଆଜି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସକାଳେ ସେ ଏକ ବଡ଼ ଜାର୍ରେ ପେଟ୍ରୋଲ ଧରି ଦଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ଏବଂ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲାଗାଇବାକୁ ପ୍ରୟାସ କରିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ କାବୁ କରିନେଇ ତାଙ୍କ ଜୀବନ ରକ୍ଷା କରିଥିଲେ। ଏହାପରେ ଠାକୁର ଦଳ ତାଙ୍କ ସହ ବିଶ୍ବାସଘାତକତା କରିଛି କହି ଗଣମାଧ୍ୟମ ସମ୍ମୁଖରେ କାନ୍ଦିଥିଲେ। ଦଳ ପାଇଁ ସେ ଅନେକ ତ୍ୟାଗ କରିଥିଲେ ମଧ୍ୟ ତାଙ୍କୁ ପ୍ରତାରିତ କରାଯାଇଛି ବୋଲି ଠାକୁର ଅଭିଯୋଗ କରିଛନ୍ତି।
ଟିକଟ ନ ମିଳିବାରୁ ସପା ନେତାଙ୍କ ଆତ୍ମଦାହ ଉଦ୍ୟମ
/sambad/media/post_attachments/wp-content/uploads/2022/01/d564g56ad4g5g6da4gd654gd56gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)