ଛାତରୁ ଡେଇଁ ଏସିପିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ୫୫ ବର୍ଷୀୟ ଦିଲ୍ଲୀ ପୁଲିସ ଏସିପି ପ୍ରେମ ବଲ୍ଲଭ ଆଜି କେନ୍ଦ୍ରିୟ ଦିଲ୍ଲୀ ସ୍ଥିତ ପୁଲିସ ମୁଖ୍ୟାଳୟର ୧୦ ମହଲାରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ପ୍ରେମ ବଲ୍ଲଭ ଦିଳ୍ଲୀ ପୁଲିସର ଅପରାଧ ଏବଂ ଟ୍ରାଫିକ୍‌ ବିଭାଗରେ ନିୟୋଜିତ ହୋଇଥିଲେ। ତେବେ ଗତ କିଛି ଦିନ ହେବ ସେ ବିଷା‌ଦରେ ପୀଡ଼ିତ ଥିଲେ। ବିଷାଦ ହେତୁ ସେ ନିକଟରେ ୨୮ ଦିନ ପର୍ଯ୍ୟନ୍ତ ଚିକିତ୍ସାରେ ମଧ୍ୟ ଥିଲେ। ଖାଲି ବିଷାଦ ନୁହେଁ ଅନ୍ୟ କୌଣସି ଅସୁସ୍ଥତା ପାଇଁ ମଧ୍ୟ ସେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେଣୁ ଏହି ବିଷାଦ ହେତୁ ହିଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପ୍ରାରମ୍ଭିକ ତଦନ୍ତରୁ ଅନୁମାନ କରାଯାଉଛି। ଉଳ୍ଲେଖଯୋଗ୍ୟ ଗତ ୧୬ ତାରିଖରେ ମଧ୍ୟ ଦିଲ୍ଲୀ ପୁଲିସର ଜଣେ ମୁଖ୍ୟ କନେଷ୍ଟବଳ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର