ମାୟାଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ଅଖିଳେଶ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ହୋଇଥିବା ଗଠବନ୍ଧନରେ ଫାଟ ପରେ ଏହାକୁ ନେଇ ତେଜିଛି ଉତ୍ତରପ୍ରଦେଶ ରାଜନୀତି | ମଙ୍ଗଳବାର ମାୟାବତୀ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ବିଏସପି ଆଗାମୀ ଦିନରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନରେ ସମସ୍ତ ୧୧ଟି ଆସନରେ ପ୍ରାର୍ଥୀ ଦେବ | ତେବେ ସପା ସହ ସ୍ଥାୟୀ ଭାବେ ସମ୍ପର୍କ ଭଂଗାଯିବ ନାହିଁ ବୋଲି ମାୟା କହିଥିଲେ।

ତେବେ ମାୟାଙ୍କ ଏହି ନିଷ୍ପତ୍ତି ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯେ ଏହା ବିବାଦରେ ସେ ଚିନ୍ତା କରିବେ | ଯଦି ମେଣ୍ଟ ନିର୍ବାଚନରେ ଅଂଶଗ୍ରହଣ ନ କରେ ତେବେ ସମାଜବାଦୀ ପାର୍ଟି ମଧ୍ୟ ଏକୁଟିଆ ନିର୍ବାଚନ ଲଢ଼ିବ | ସପା ମଧ୍ୟ ଏକୁଟିଆ ୧୧ଟି ଆସନରେ ଲଢେଇ କରିବ | ଏଠାରେ ସୂଚନା ଥାଉ କି ବିଏସପିର ବରିଷ୍ଠ ନେତାଙ୍କ ସହ ସୁପ୍ରିମୋ ମାୟାବତୀ ଆଲୋଚନା କରିଥିଲେ।

ବରିଷ୍ଠ ନେତା ଅଭିଯୋଗ ଆଣିଥିଲେ ଯେ ସମାଜବାଦୀ ପାର୍ଟିର କର୍ମୀ ଗଠବନ୍ଧନ ବିପକ୍ଷରେ କାର୍ଯ୍ୟ କରିଛନ୍ତି | ତେବେ ୨୦୧୯ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଗଠବନ୍ଧନ ଆଖିଦୃଶିଆ ସଫଳତା ପାଇପାରିନଥିଲା | ଯାହାକୁ ନେଇ ମାୟା ଅସନ୍ତୋଷ ଥିବାର କୁହାଯାଉଛି।

ସମ୍ବନ୍ଧିତ ଖବର